ଶେରଗଡ,୧୧/୦୭/୨୦୨୦: କରୋନା କୁ ହଟାଇବା ପାଇଁ ପ୍ରଶାସନିକ ସ୍ତରରେ ହେଉ ବା ପଂଚାୟତସ୍ତରେ ବିଭିନ୍ନ ଅଞ୍ଚଳରେ ସଟଡାଉନ କିମ୍ବା କଣ୍ଟେନମେଣ୍ଟ ଘୋଷଣା କରି ଲୋକ ମାନେ କରୋନା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରି ଏଥିପାଇଁ କରାଯାଇଥିବା ଆଇନ ମାନିବା ସହ ଘର ଓ ପରିବାର ମଧ୍ୟରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଉଥିବା ବେଳେ କିଛି ଅମାନିଆ ଙ୍କ ପାଇଁ ଏହା ଭଣ୍ଡୁର ହେଉଛି, କରୋନା କୁ ରୋକିବା ବଦଳରେ ରୋଗ ବ୍ଯାପି ଚାଲିଛି, ତଥାପି ଏହା ଅମାନିଆ ଙ୍କୁ ଫରକ ପଡୁନାହିଁ।
ଶେରଗଡ ବ୍ଲକ ଅଂଚଳରେ ପ୍ରବାସୀ ମାନେ ହଜାର ହଜାର ସଂଖ୍ୟାରେ ପହଞ୍ଚିବା ପରେ ବିଭିନ୍ନ ପଂଚାୟତ ରେ ଅମାନିଆ ଙ୍କ ପାଇଁ କରୋନା ମାଡି ଚାଲିଛି ।ଶେରଗଡ ବ୍ଲକ ର ପିତ୍ତଳ ପଂଚାୟତ, ତହଁର ବ୍ରାହ୍ମଣଛାଇ ଓ ନରେନ୍ଦ୍ରପୁର ପଂଚାୟତ ର କେନ୍ଦ୍ର ସ୍ଥଳୀ।ଏହି ଅଂଚଳରେ କରୋନା ସଂକ୍ରମିତ ଙ୍କ ବୃଦ୍ଧି ପାଇବା ପରେ ପିତ୍ତଳ ପଂଚାୟତ କୁ ଗତ ୮ ରୁ ୧୩ତାରିଖ ଯାଏ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି ସରପଞ୍ଚ ରଂଗବତୀ ବେହରା।କିନ୍ତୁ ଅମାନିଆ ମାନେ ଏହାକୁ “ଫୁ”କରି ଉଡେଇ ଦେଇ ପିତ୍ତଳ ପଂଚାୟତ କୁ ମଦ ଓ ସାହିସାହି ରେ ଜୂଆଖେଳର ଆଡ୍ଡାସ୍ଥଳୀ ପରିଣତ କରିଦେଇଛନ୍ତି ।ପ୍ରଶାସନିକ କିମ୍ୱା ପୁଲିସ ର କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।ପୁଲିସ ପହରା ବ୍ୟବସ୍ଥା ନାହିଁ, ଲୋକେ ପୋଖରୀରେ ସମୂହ ସ୍ନାନ ଶୌଚ କରୁଛନ୍ତି।ପାନଗୁଟଖା ଖାଇ ରାସ୍ତା ରେ ଛେପ ପକାଉଛନ୍ତି।ଏଥିପାଇଁ କୌଣସି କଟକଣା ରହୁନାହିଁ।ପିତଳ ବଜାର ରେ ଜଣେ କିରାନୀ ବ୍ଯବସାୟୀ କରୋନା ଚିହ୍ନଟ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।କିନ୍ତୁ ସେହି ପରିବାର ର ଅନ୍ଯ ସଦସ୍ଯ ମାନଙ୍କ ର କରୋନା ପରୀକ୍ଷା କରାଯାଉନି।ଫଳରେ ଏହି ପରିବାର ର ଅନ୍ଯ ସଦସ୍ଯ ମାନେ ଦୋକାନ ରେ ବସି କିଣାବିକା କରୁଛନ୍ତି ।ସ୍ଥାନୀୟ ଲୋକେ ଏହି ଦୋକାନ ରୁ ସଉଦା ପତ୍ର କିଣାକିଣି କରୁଛନ୍ତି।ଫଳରେ ଏହି ଅଂଚଳରେ କରୋନା କୁ ହଟାଇବା ଅସମ୍ଭାଳ ହୋଇ ପଡିଛି। । ତୁରନ୍ତ ଜିଲା ପ୍ରଶାସନ ଓ ପୁଲିସ ବିଭାଗ ପକ୍ଷରୁ ଏ ଅଂଚଳରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ପିତ୍ତଳ ଜୋନ ଜିଲା ପରିଷଦ ସଭ୍ୟ ପ୍ରମୋଦ କୁମାର ପାତ୍ର ଦାବି କରିଛନ୍ତି
ରିପୋର୍ଟ : ହୃଷୀକେଶ ମହାନ୍ତି