ଭଞ୍ଜନଗର, ୧୨/୦୭/୨୦୨୦:
ଜଗନ୍ନାଥ ପ୍ରସାଦ ବ୍ଲକ ଅଂଚଳରେ କୋଭିଡ୍ -୧୯ ସଂକ୍ରମଣ ନୀରୋଧି କାର୍ଯ୍ୟକ୍ରମ ପରିଚାଳନା ନେଇ ସାଧାରଣରେ ବିମୁଖତା ଭାବ ସୃଷ୍ଟି ହେଉଥିବା ଜଣାଯାଇଛି ।ସରକାରଙ୍କ ଲକ୍ ଡାଉନ୍ କିମ୍ବା ସାର୍ଟ ଡାଉନ୍ ଅବଧିରେ କରୋନା ବିଭୀଷିକାରେ ଥିବା ଅଂଚଳବାସୀଙ୍କୁ ସଚେତନତା କରାଇବା ନେଇ ଆଖିଦୃଶିଆ ପଦକ୍ଷେପକୁ ଗ୍ରହଣ କରିବା ବଦଳରେ ପ୍ରଶାସନ ସାଧରଣ ଉପଯୋଗୀ ସୁବିଧା ଠାରୁ ବଂଚିତ କରୁଥିବା ଅଭିଯୋଗ ହେଉଅଛି ।ଫଳସ୍ୱରୂପ ଅଂଚଳରେ ସାମାଜିକ ଦୂରତା ମାନିବା ଠାରୁ ବହୁ ଦୁରରେ ଥିବା ଅବୈଧ ମଦ ଦୋକାନ ରୀତିମତ ଭାବରେ ନିୟମ ଭାଙ୍ଗି ମଦ ବିକୁଥିବା ଦେଖିବାକୁ ମିଳୁଥିବା ବେଳେ ପ୍ରଶାସନ ଚୁପ ରହୁଅଛି ।ପରନ୍ତୁ ମେଡିକାଲ ସୁବିଧା ନଥିବା ଅଂଚଳରେ କରୋନା ଜନିତ ବିଷମ ସମୟରେ ସାଧାରଣ ମୁଣ୍ଡବିନ୍ଧା ,ଜର , ଥଣ୍ଡାକାଶ ,ସର୍ଦ୍ଧି ପାଇଁ ଉପଯୋଗୀ ଔଷଧ ଦୋକାନକୁ ଜାଣିଶୁଣି ତହସିଲଦାର ବନ୍ଦ କରୁଥିବା ନେଇ ଅଭିଯୋଗ ହେଉଅଛି ।
ମିଲଥିବା ଖବର୍ ପ୍ରକାରେ ଛାମୁଣ୍ଡା ପଂଚାୟତ ସଦର ଗ୍ରାମତେ ଥିବା ସାଇ ପ୍ରସାଦ ମେଡ଼ିସିନ ଷ୍ଟୋର କୋବିଡ଼ ନିୟମ ପ୍ରକାରେ ନିୟମ ଅନୁଯାୟୀ କାର୍ଯ୍ୟ କରୁଥିଲେ ମଧ୍ୟ ପ୍ରଶାସନିକ ଅବ୍ୟବସ୍ଥା କାରଣ ରୁ ଉକ୍ତ ଔଷଧ ଦୋକାନ କୁ ତହସିଲଦାର ଆଜି ବନ୍ଦ କରାଇବା ସହିତ କରୋନା ସଂକ୍ରମଣ ଆଇନ ଖିଲାପି ଦର୍ଶାଇ ତାଲା ଉପରେ ସିଲ ପକେଇ ଅଞ୍ଚଳବାସୀଙ୍କ ସାଧାରଣ ସୁବିଧାର ମାଧ୍ୟମକୁ ବନ୍ଦ କରିଥିବସ ଜଣାଯାଇଛି ।ଯଦିଓ ଦୋକାନ ମାଲିକ ଏଥିନେଇ ସବୁ ନିୟମ ପାଳନ କରୁଥିବା ଦର୍ଶାଇ ଏଥି ସମ୍ୱନ୍ଧୀୟ କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ କରିଛନ୍ତି
ଅଂଚଳରର ଏକମାତ୍ର ବିଶ୍ୱସ୍ଥନୀୟ ଔଷଧ ଦୋକାନଭାବରେ ସାଇ ପ୍ରସାଦ ମେଡ଼ିସିନ ଷ୍ଟୋର ଉପରେ ଅଂଚଳବାସୀ ନିର୍ଭର କରୁଥିବାରୁ ତହସିଲଦାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହିତ କାର୍ଯ୍ୟାନୁଷ୍ଠାନର ପୁନଃ ବିଚାର କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ମତପ୍ରକାଶ ପାଇଅଛି ।
ରିପୋର୍ଟ: ଚିତ୍ରସେନ ପ୍ରଧାନ