ବ୍ରହ୍ମପୁର, ୧୨/୦୭/୨୦୨୦:
କରୋନା ଭୁତାଣୁ ସଂକ୍ରମଣ ବିଭୀଷିକା ନେଇ ସାନଖେମୁଣ୍ଡି ଅଞ୍ଚଳ ଚର୍ଚ୍ଚାରେ ଥିବା ବେଳେ ବହୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଦୃଷ୍ଟିଗୋଚର ହେଉଅଛି ।ଅଞ୍ଚଳ କରୋନା ବିରୋଧୀ ସଂଗ୍ରାମରେ ପ୍ରଶାସନ ସଜାଗ ଥିବା ଅବସରରେ ସ୍ଥିତି ନିୟନ୍ତ୍ରଣ ବାହାରେ ଥିବା ଆକାଜନ ହେଉଥିଲେ ମଧ୍ୟ ପ୍ରମୁଖ ଯୋଦ୍ଧା ଭାବେ କାର୍ଯ୍ୟ ନିର୍ବାହ କରୁଥିବା ବହୁ ଅଧିକାରୀ ଓ କର୍ମଚାରୀ କରୋନା ସଂକ୍ରମଣ ର ଶିକାର ହୋଇଥିବା ତଥ୍ୟ ରହିଅଛି ।ପରନ୍ତୁ ସାନଖେମୁଣ୍ଡି ଶିଶୁ ବିକାଶ ସେବା ପ୍ରକଳ୍ପରେ କାର୍ଯ୍ୟରତ ଜନୈକ ପରିଦର୍ଶିକା ଶ୍ରୀମତୀ ଅଶାନ୍ତ ପାତ୍ର ନାମ୍ନୀ ମହିଳାଙ୍କ ଆଜି କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଆଲୋଚନା ହେଉଅଛି ।
ମିଳିଥିବା ତଥ୍ୟ ଅନୁସାରେ ସାନଖେମୁଣ୍ଡି ପ୍ରକଳ୍ପ ଅଧୀନରେ କରୋନା ସଂକ୍ରମଣ ବହୁଳ କୋଉଡ଼ିଅ , କଙ୍କୋରଡ଼ା ( ସେକ୍ଟର )
ରେ ପରିଦର୍ଶିକା ଭାବରେ କାର୍ଯ୍ୟରତ ଶ୍ରୀମତୀ ପାତ୍ର ସଂକ୍ରମଣ ଶିକାର ହେବା ପରେ କର୍ତ୍ତୁପକ୍ଷଙ୍କ ଆଦେଶ ପ୍ରକାରେ ସ୍ୱାଗୃହ ସଙ୍ଗରୋଧ ବିଧି ପ୍ରକାରେ ବ୍ରହ୍ମପୁର ସ୍ଥିତ ବାସଗୃହରେ ଥାଇ ଚିକିତ୍ସତ ହେଉଥିଲେ ।ଆଜି ସକାଳ ଦଶ ଘଣ୍ଟା ସମୟରେ ହଠାତ୍ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋଭିଡ୍ ଚିକିତ୍ସାଳୟ ନିଆଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଖବର ପାଇ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସ୍ବର୍ଗତ ପାତ୍ରଙ୍କ ବାସଭବନରେ ପହଞ୍ଚି ସ୍ଥିତାବସ୍ଥା ନେଇ ଅନୁସନ୍ଧାନ କରିଥିଲେ ।ପ୍ରକଳ୍ପ କାର୍ଯ୍ୟଳୟ ସାନଖେମୁଣ୍ଡି ପକ୍ଷରୁ ଭରାପ୍ରପ୍ତ ସି ଡି ପି ଓ ଶ୍ରୀମତୀ ସରୋଜିନୀ ବେହେରା ନିଜ ସହକର୍ମୀଙ୍କ ସହିତ ବ୍ରହ୍ମପୁର ବାସ ଭବନ ପହଞ୍ଚି ଶେଷ ଦର୍ଶନ କରିଥିଲେ ।ପ୍ରକଳ୍ପର ଜଣେ କର୍ମଠ କର୍ମଚାରୀ ଭାବରେ କାର୍ଯ୍ୟରତ ଶ୍ରୀମତୀ ପାତ୍ର ଙ୍କ କରୋନାରେ ମୃତ୍ୟୁକୁ ନେଇ ଅଙ୍ଗନୱାଡ଼ି କର୍ମୀ
ମହଲରେ ଶୋକର ଛାୟା ଖେଳିଯାଇଛି । କରୋନା ସନ୍ଦେହ ଦୃଢୀଭୂତ କାରଣରୁ କର୍ତ୍ତୃପକ୍ଷଙ୍କ ଦ୍ବାରା ଶ୍ମଶାନ ଘାଟରୁ ମରଶରୀର ର ଶ୍ୱାବ ସଂଗ୍ରହ ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ।
ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ ।