ହିଞ୍ଜିଳିକାଟୁ/ ଶେରଗଡ଼, ୧୩/୦୭/୨୦୦୦: ଗଞ୍ଜାମ ଜିଲ୍ଲାର ଚାଷ କାର୍ଯ୍ୟ ପାଇଁ ବେଶ୍ ପରିଚିତ।ଏଠାରେ ପନିପରିବା ବ୍ଯତୀତ ପାନଚାଷ ପାଇଁ ସ୍ବତନ୍ତ୍ର ପରିଚୟ ରହିଛି।କିନ୍ତୁ କରୋନା ମହାମାରୀ ଯୋଗୁଁ ପାନଚାଷ ଉପରେ ପଡିଛି କଳାବାଦଲର ଘୋର ସମସ୍ଯା।ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ରାଳବ,ଶିକିରି ଏବଂ ଶେରଗଡ଼ ବ୍ଲକ ର କଣଭାଗ,ବାଇଶିପଳ ଆଦି ଗ୍ରାମର ପାନ ଚାଷୀ ଧାର କରି ଏକର ଏକର ପାନଚାଷ କରିଥିଲେ।ବର୍ତ୍ତମାନ ଲକଡାଉନ ଯୋଗୁଁ ପାନ ବେପାର ସଂପୂର୍ଣ୍ଣ ବନ୍ଦ ରହିଥିବା ଯୋଗୁଁ ପାନ ବିକ୍ରୀ ହୋଇପାରୁନାହିଁ।ଯାହା ଫଳରେ ଚାଷୀ ମାନଙ୍କ ଆର୍ଥିକ ଅବସ୍ଥା କହିଲେ ନସରେ।କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିଥିବା ବେଳେ ପ୍ରସିଦ୍ଧ ପାନ ଚାଷ ବାଡ଼କୁକୁ ଯାଇ ସ୍ଥିତି ପରଖିଥିଲେ।ଏବଂ ଉନ୍ନତ ଚାଷ ପାଇଁ ଚାଷୀ ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।ବର୍ତ୍ତମାନ ଶିକିରି ,ରାଳବ,ଶେରଗଡ଼ ଅଞ୍ଚଳରେ କରୋନା ପରିସ୍ଥିତିରେ ପାନ ଚାଷ ପାନ ପତ୍ର ସୁଫଳ ପରିମାଣରେ ଥିଲେ ମଧ୍ୟ ତାହା ବାହାର ରାଜ୍ୟକୁ କିମ୍ବା ବିଭିନ୍ନ ଜିଲ୍ଲାକୁ ଯାଇ ପାରୁନାହିଁ।ଦିନକୁ ଦିନ ପତ୍ର ପାଚି ସଡ଼ିବାରେ ଲାଗିଛି।ତଥାପି ନିଜ ପରିଶ୍ରମ ମାଧ୍ୟମରେ ଗଢି ତୋଳିଥିବା ଚାଷକୁ ଦିନ ତମାମ ବାଡ଼ରେ ପରିଶ୍ରମ କରି ଅସହାୟ ହୋଇ ଆଣି ଫୋପାଡୁ ଦୃଶ୍ଯ ପରିଲକ୍ଷିତ ହେଉଛି।ଏହି ଘଡିସନ୍ଧି ମୂହୁର୍ତ୍ତରେ ପ୍ରଶାସନ ଆଶୁ ସମାଧାନ କରି ପାନ ଚାଷୀଙ୍କୁ କିଛି ଆର୍ଥିକ ସାହାର୍ଯ୍ୟ ପାଇଁ ଚାଷୀକୁଳ ଅନୁରୋଧ କରିଛନ୍ତି
ରିପୋର୍ଟ — କୃଷ୍ଣଚନ୍ଦ୍ର ସୁଆଁସିଆ