ନୂଆଦିଲ୍ଲୀ,୧୪/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଦ୍ୱାଦଶ ପରେ ସିବିଏସଇ ଦଶମ ଶ୍ରେଣୀ ଫଳ ପ୍ରକାଶ ପାଇବାକୁ ଯାଉଛି। ଆସନ୍ତା କାଲି ଫଳ ପ୍ରକାଶ କରିବା ନେଇ ସୂଚନା ଦେଇଛନ୍ତି ଖୋଦ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଷଙ୍କ। ଦିନ ୧୦ଟାରେ ସିବିଏସଇ ୱେବସାଇଟରେ ଉପଲବ୍ଧ ହେବ ପରୀକ୍ଷା ଫଳ ।
ଚଳିତ ବର୍ଷ ସାରା ଦେଶରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ଭୁବନେଶ୍ବର ରିଜିଅନରୁ ପ୍ରାୟ ୮୦,୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥି ମଧ୍ୟରୁ ଓଡିଶାରୁ ପ୍ରାୟ ୨୦,୦୦୦ ପରୀକ୍ଷାର୍ଥୀ ରହିଛନ୍ତି । ସକାଳ ୧୦ଟା ପରେ ପିଲାମାନେ ସିବିଏସଇର ୱେବସାଇଟରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ଛାତ୍ରଛାତ୍ରୀମାନେ cbseresult.nic.in କିମ୍ବା cbse.nic.in ରେ ନିଜ ପରିଚୟ ପତ୍ରରେ ଥିବା ରୋଲ ନମ୍ବର ଓ ସ୍କୁଲ ଆଇ.ଡ଼ି. ଦେଇ ରେଜଲ୍ଟ ପାଇ ପାରିବେ। ସକାଳ ୧୦ଟାରୁ ଛାତ୍ରଛାତ୍ରୀମାନେ CBSEର ୱେବସାଇଟରେ ନିଜ ନିଜ ରେଜଲ୍ଟ ଦେଖିପାରିବେ । ୱେବସାଇଟରେ କୌଣସି ଅସୁବିଧା କାରଣରୁ ଫଳ ଦେଖି ନ ପାରିଲେ ନିଜ ନିଜ ସ୍କୁଲରୁ ପରୀକ୍ଷା ଫଳ ପାଇପାରିବେ ।