ଗଞ୍ଜାମ, ୧୫/୦୭/୨୦୨୦:(ଟୁକୁନା ପ୍ରଧାନ) – : ଛତ୍ରପୁର ସବ୍ଡିଭିଜନର ୭ଟି ଏନ୍ ଏ ସି କୁ ଶଟ୍ଡାଉନ ଘୋଷଣା କଲା ଜିଲ୍ଲା ପ୍ରଶାସନ ସେଥିମଧ୍ୟରେ ଛତ୍ରପୁର,ଖଲ୍ଲିକୋଟ,ରମ୍ଭା,ପୁରୁଷୋତ୍ତମପୁର,କୋଦଳା, କବିସୂର୍ଯ୍ୟନଗର ଓ ପୋଲସରା ଏନ୍ ଏ ସି ରହିଛି । ୨୧ ତାରିଖ ପର୍ଯ୍ୟନ୍ତ ଶଟ୍ଡାଉନ୍ ଘୋଷଣା କଲେ ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି ।କେବଳ ଔଷଧ ଦୋକାନ ଖୋଲା ରହିବ ବୋଲି ଜଣାପଡିଛି ।