ନୂଆଦିଲ୍ଲୀ,୧୫/୦୭/୨୦୨୦:(ବ୍ୟୁରୋ ରିପୋର୍ଟ) ଦେଶ ରେ ଚିନ୍ତା ବଢାଉଛି କରୋନା। ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ରେକର୍ଡ କରୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଦିନକରେ ୨୯,୪୨୯ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୬ ହଜାର ୧୮୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ୨୪ ଘଣ୍ଟାରେ ସର୍ବାଧିକ ୫୮୨ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୪ ହଜାର ୩୦୯କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଆକ୍ଟିଭ କେସ୍ ୩,୧୯,୮୪୦ ଥିବାବେଳେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଛନ୍ତି ୫,୯୨,୦୩୨ ଜଣ। ମହାରାଷ୍ଟ୍ରରେ ୨,୬୭,୬୬୫ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୦,୬୯୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ୩୪୪୬, ଗୁଜରାଟରେ ୨୦୬୯, ତାମିଲନାଡୁରେ ୨୦୯୯ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।