ନୂଆଦିଲ୍ଲୀ,୧୫/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଆଜି ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରି ଏଜୁକେସନ୍ (ସିବିଏସ୍ଇ) ତା’ର ୱେବ୍ସାଇଟ୍ରେ ଚଳିତ ୨୦୨୦ ଶିକ୍ଷାବର୍ଷର ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରିଛି। ଏ ବର୍ଷ ୯୧. ୪୬% ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଗତବର୍ଷ ୯୧. ୧୦% ଛାତ୍ରଛାତ୍ରୀ ପାସ୍ କରିଥିଲେ। ପୂର୍ବ ଅପେକ୍ଷା ପାସ ହାର ୦.୩୬% ଅଧିକ । ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ।
୨୦୨୦ ଶିକ୍ଷା ବର୍ଷ ୧୦ମ ପରୀକ୍ଷାରେ ବାଳିକାମାନେ ବାଳକମାନଙ୍କ ଠାରୁ ୩. ୧୭% ଭଲ ରେଜଲଟ୍ କରିଛନ୍ତି। ବାଳିକାମାନଙ୍କର ପାସ୍ ହାର ୯୩. ୩୧% ଥିବା ବେଳେ ବାଳକମାନଙ୍କର ପାସ୍ ହାର ୯୦. ୧୪% ରହିଛି।