ଦେଶୀମଦ ଜବତ କଲେ ଶେରଗଡ ତହସିଲଦାର

0
200

ଶେରଗଡ,୧୮/୦୭/୨୦୨୦(ହୃଷୀକେଶ ମହାନ୍ତି)ଗଞ୍ଜାମ ଜିଲ୍ଲା ରେ ଲକ୍ ଡାଉନ ଚାଲିଥିବା ବେଳେ ଶେରଗଡ ବ୍ଲକ ର ବିଭିନ୍ନ ଗ୍ରାମରେ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି।ମଦ ବେପାରୀମାନେ ଚୋରା ଦେଶୀ ମଦ ବାଇକ୍ ଓ ଅଟୋରେ ବିଭିନ୍ନ ଗାଁଗହଳି କୁ ନେଇ ବିକ୍ରୀ କରୁଛନ୍ତି ।ଆଜି ଅପରାହ୍ନ ରେ ଏ ସଂପର୍କ ରେ ଖବର ପାଇ ଶେରଗଡ ତହସିଲଦାର ବିଭିନ୍ନ ସ୍ଥାନରେ ତଥା ପଦ୍ମପୁର ଓ ବଂଧାଗୁଡା ଠାରେ ବାଇକ୍ ଓ ଅଟୋ କୁ ସନ୍ଦେହ ରେ ଅଟକାଇ ବହୁ ପରିମାଣରେ ଦେଶୀ ମଦ ଜବତ କରିଛନ୍ତି ।ତେବେ ତହସିଲଦାର ଙ୍କ ଗାଡି କୁ ଦେଖି ମଦବେପାରି ମାନେ ମଦ ପକେଟ ବ୍ଯାଗ ଛାଡି ଚଂପଟ ମାରିଛନ୍ତି ବୋଲି ତହସିଲଦାର ଦୟାସିଂଧୁ ପରିଡା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here