ନିରିହଙ୍କ ଦଖଲ ଚାଷ ଜମିରେ ଗାଁ କମିଟି ନାଁ ରେ ଜବରଦସ୍ତ ଟ୍ରାକ୍ଟର ଓ ଜେଶିବି ମାରିବା ସହ ଚାଷଜମିରେ ଥିବା ତଳିଘରା ନଷ୍ଟ କଲେ ସାମନ୍ତରାପୁର ଗ୍ରାମବାସୀ ।

0
191

 

ବ୍ରହ୍ମପୁର, ୧୮/୦୭/୨୦୨୦:
ସାନଖେମୁଣ୍ଡି ତହସିଲ ପୁଡ଼ାମାରି ରାଜସ୍ବ ସର୍କଲ ଅନ୍ତର୍ଗତ ରେ ଥିବା ସରକାରୀ ଜମି ଓ ପୂର୍ବପୁରୁଷ ଅନୁକ୍ରମରେ ନିରୀହ ଗରିବ , ତଫସିଲ୍ ଭୁକ୍ତ ଜାତି ଓ ଉପଜାତି ଙ୍କ ଦଖଲରେ ଥିବା ଚାଷଜମିକୁ ସମ୍ପ୍ରତି ଜମିମାଫିଆ ଓ ଗାଁ ଟାଉଟର ଗୋଷ୍ଠୀଙ୍କ ଦ୍ଵାରା ଜବରଦସ୍ତ ହଡ଼ପ କରାଯାଉଥିବା ଦେଖିବାକୁ ମିଳିଅଛି ।ଆଦିବାସୀ ଓ ହରିଜନ ବହୁଳ ଟି ଗୋବିନ୍ଦପୁର ପଞ୍ଚାୟତରେ ଏହି ଘଟଣା ସମ୍ପ୍ରତି ଜଟିଳ ସ୍ଥିତିରେ ଥିବାବେଳେ ନିରୀହ ଗୋଷ୍ଠୀଙ୍କ ଜୀବନ ଜୀବିକା ସହିତ ଜଡ଼ିତ କାରଣରୁ ଏଥିନେଇ ଆସନ୍ତା ଦିନରେ ସ୍ପର୍ଶକାତର ପରିସ୍ଥିତି ସୃଷ୍ଟିହେବା ନେଇ ସୂଚନା ଦେଉଅଛି ।ଅଞ୍ଚଳ ତଥ୍ୟ ଅନୁସାରେ ଏହି ପଞ୍ଚାୟତରେ ଥିବା ଦଶେଇପୁର , କତାପଲି , ଢ଼ିମିରାପଲ୍ଲି , ଜନକାପଲ୍ଲି, ସାମନ୍ତରାପୁର ଆଦି ଗ୍ରାମର ସାଧାରଣ ନିରୀହ ଏବଂ ଆଦିବାସୀ ଓ ହରିଜନ ସଂପ୍ରଦାୟର ଲୋକଙ୍କ ଦ୍ୱାରା ପୁରୁଷାନୁକ୍ରମେ ଦଖଲରେ ଥିବା ଜଙ୍ଗଲଜମୀ କିସମ ଚାଷ ଜମିକୁ ମୁଷ୍ଟିମେୟ ମାଫିଆ ,ବାହାର ଜବରଦଖଲକାରୀ ଓ ଗାଁ କୋଠ ଆଳରେ ଜବରଦସ୍ତ ଅନୁପ୍ରବେଶ କରିବା ସହିତ ଦଖଲରେ ଥିବା ଚାଷୀଗୋଷ୍ଠୀଙ୍କୁ ବେଦଖଲ କରିଥିବାର ବହୁ ନଜିର ରହିଅଛି । ସାନଖେମୁଣ୍ଡି ତହସିଲ ଓ ପାଟପୁର ଥାନାରେ ଏ ସାମନ୍ଧରେ ଅଭିଯୋଗ ପ୍ରକାରେ ବହୁ ବେ ଦଖଲ କାରିଙ୍କୁ ଜମିରୁ ହଟାଇଥିବା ବେଳେ ସମ୍ପ୍ରତି ସାମନ୍ତରପୂର ଗ୍ରାମ ମୌଜାରେ ଥିବା ସାଧାରଣ ନିରୀହ ସମ୍ପ୍ରଦାୟ ବ୍ୟକ୍ତି ବିଶେଷଙ୍କ ପେଟ ପୋଷିବା ରେ ଥିବା ଜଙ୍ଗଲ ଜମି କିସମ ଚାଷଜମିକୁ ଗ୍ରାମସଭା କରି କିଛି ମୁଷ୍ଟିମେୟ ଲୋକ ସେମାନଙ୍କୁ ଜୋର୍ ଜବରଦସ୍ତ ବେଦଖଳ କରିଥିବା ଜଣାଯାଇଛି ।ଏପରିକି ସେମାନେ ହଲ ଲଙ୍ଗଳ କରି ଦୁଇ ତିନି ଓଡ଼ ଚାଷକରି ବିହନ ବୁଣିବା ସମୟରେ ଗ୍ରାମର ଗ୍ରାମ ଭଦ୍ରଲୋକଙ୍କ ଉପସ୍ଥିତିରେ ଦଖଲ ଜମିରେ ଟ୍ରାକ୍ଟର ଓ ଜେସିବୀ ଲଗାଇ ସବୁ ଜମିର ହିଡ ଆଡି ଭାଙ୍ଗି ସମତୁଲ କରିଦେବା ସହ ଚଷା ଜମିକୁ ନଷ୍ଟ କରିଛନ୍ତି ।
ଏହି ଘଟଣାକୁ ନେଇ ଦଖଲରେ ଥିବା ବ୍ୟକ୍ତି ସମୂହ ଓ ଗ୍ରାମବାସୀଙ୍କ ମଧ୍ୟରେ ହାତାହାତି ହେବା ସହିତ ପୁଡ଼ାମାରୀ ଫାଣ୍ଡିରେ ମୂଳ ଦଖଳକରୀଙ୍କ ଦ୍ଵାରା ଏତଲା ଦିଆଯାଇଛି । ସମ୍ପ୍ରତି କୋଭିଡ୍ -୧୯ କର୍ଯ୍ୟକ୍ରମ ଭିତ୍ତିରେ ତହସିଲକୁ ଯାଇ ଅଭିଯୋଗ ପତ୍ର ପ୍ରଦାନ ବେଳେ ତହସିଲଦାରଙ୍କ ଅନୁପସ୍ଥିତି ଯୋଗୁଁ ଅଭିଯୋଗ ଗୃହୀତ ହୋଇପାରିନାହିଁ ।ପରନ୍ତୁ ବିବାଦରେ ଥିବା ସାମନ୍ତରା ପୁର ଗ୍ରାମବାସୀଙ୍କ ଦ୍ଵାରା ଦଖଲକାରୀ ଚାଷ ଜମିରେ କରାଯାଇଥିବା ଧାନ ତଳି ଘରାରେ ରାସାୟନିକ ବିଷ ପକାଯାଇ ଧାନ ତଳି କୁ ନଷ୍ଟ କରାଯାଇଛି ।ଏଥିନେଇ ଅନୁସନ୍ଧାନରୁ ଜଣାଯାଇଛି କି ଦଖଲରେ ଥିବା ଚାଷୀ ବହୁ ବର୍ଷଧରି ନିଜ ସ୍ଵାଧୀନ ରେ ରଖି ଚାଷ କରୁଥିବା ବେଳେ ସେମାନେ ବର୍ଷ ଭିତ୍ତିରେ ବିଭାଗକୁ ଜୋରିମାନା ଦେଇଥିବାର ରସିଦ ମଧ୍ୟ ରଖିଛନ୍ତି ।ପରନ୍ତୁ ରାଜସ୍ବ ବିଭାଗ ପଦକ୍ଷେପ ନେବା ବଦଳରେ ଗ୍ରାମବାସୀ ସମୂହ ଆସୁ୍ୟା ଭାବ ପୋଷଣ କରି ଗାଁ ମେଲି କୁ ରାଜା ମେଳି ସରି ନୁହଁ ଆଖ୍ୟା ରେ ଚାଷୀଙ୍କ ପ୍ରତି ଅତ୍ୟାଚାର କରୁଥିବା ଅଞ୍ଚଳରେ ଆଲୋଚନା ହେଉଅଛି ।
ସାମନ୍ତରା ପୁରା ଗ୍ରାମରେ ଘଟିଥିବା ଏହି ଘଟଣା ଦିନ ଅଞ୍ଚଳ ଗସ୍ତରେ ଥିବା ତି ଗୋବିନ୍ଦପୁର ସରପଞ୍ଚ ଶ୍ରୀ ମଙ୍ଗଳା ଗମାଙ୍ଗ ଘଟଣାର ସମାଧାନ ସହ ଗ୍ରାମବାସୀଙ୍କୁ ଜମି ଦଖଲରୁ ଦୂରେଇ ରହିବା ସହ ବିଭାଗୀୟ କାର୍ଯ୍ୟାନୁଷ୍ଠାନକୁ ବୁଝାଇଥିଲେ ମଧ୍ୟ ଗ୍ରାମବାସୀ ମାନି ନଥିବା ସହ ଉପସ୍ଥିତ ଥିବା ପୁଡ଼ାମାରି ସରପଞ୍ଚ ପ୍ରତିନିଧି ସନ୍ତୋଷ ବିଶୋୟୀଙ୍କୁ ଟଣାଓଟରା କରିଥିବାର ଖବର ମଧ୍ୟ ରହିଛି । ପୋଡାମାରି ଫାଣ୍ଡିରେ ଅଭିଯୋଗ ପ୍ରକାରେ ଗ୍ରାମବାସୀ ଓ ମୂଳ ଚାଷୀଙ୍କୁ ଡକାଇ ଜବରଦଖଲକାରୀଙ୍କୁ ଏଥିରୁ ହଟିବା ପାଇଁ କହିଥିଲେ ମଧ୍ୟ ଗ୍ରାମବାସୀ ମାନୁ ନଥିବା , ପୋଡ଼ାମାରି ରାଜସ୍ଵ ନିରିକ୍ଷକ୍ ତହସିଲଦାରଙ୍କ ବିନା ଗୋଚରରେ କୌଣସି ପଦକ୍ଷେପ ନେବାରୁ ବିରତ ରହିଛନ୍ତି lନିରୀହ ଚାଷୀଙ୍କ ଜୀବିକାର ଉତ୍ସ ତଥା ବଞ୍ଚିବାର ରାହା ଥିବା ସେମାନଙ୍କ ପିତୃ ପିତା ଅମଳର ଭାତ ହାଣ୍ଡିକୁ ଗ୍ରାମବାସୀଙ୍କ ଲୋଲୁପ ଦୃଷ୍ଟି ରୂକୁଲାଇ ସେମାନଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରାଯିବାକୁ ଅଞ୍ଚଳ ବୁଦ୍ଧିଜୀବୀ ଜନସାଧାରଣ ବିଭାଗୀୟ ଆଶା ପ୍ରକଟ କରିଛନ୍ତି

ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here