ଅଧା ବାଟରେ ମୌସୁମୀ ନିଖୋଜ, ରାଜ୍ୟରେ ଆଗକୁ ବେଶି ବର୍ଷା ନାହିଁ

0
173

 

ଭୂବନେଶ୍ୱର,୧୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ ସମୁଦାୟ ଭାବେ ମୌସୁମୀ ବର୍ଷାର ପରିମାଣ ସ୍ୱାଭାବିକ ହୋଇଥିଲେ ମଧ୍ୟ ଉଭୟ ଜୁନ୍‌ ଓ ଜୁଲାଇ ମାସରେ ଉପକୂଳ ଜିଲ୍ଲାଗୁଡ଼ିକରେ ଅଭାବୀ ବର୍ଷା ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତା ୨ ସପ୍ତାହରେ ମଧ୍ୟ ରାଜ୍ୟରେ ବିଶେ‌ଷ ବର୍ଷାର ସମ୍ଭାବନା ନାହିଁ। ମୌସୁମୀ ଦୁର୍ବଳ ରହିବ। ଆଗକୁ ଲଘୁଚାପର ମଧ୍ୟ ସମ୍ଭାବନା ନାହିଁ। ଫଳରେ ଜୁଲାଇରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ସ୍ଥିତି ସୃଷ୍ଟି ହେବ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛି କିଛି ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀରେ ସର୍ବାଧିକ ବର୍ଷା ୪୯.୦ ମିମି ହୋଇଯାଇଛି। ବାଲେଶ୍ବର ଜିଲ୍ଲା ଜୟପୁରରେ ୪୬.୦ ମିମି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ୪୧.୦ ମିମି, ରାୟଗଡ଼ା ଜିଲ୍ଲା କାଶୀପୁରରେ ୩୮.୨ ମିମି ଓ କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ ୩୮.୦ ମିମି ବର୍ଷା ହୋଇଯାଇଛି। ଜୁନ୍‌ ପହିଲା ରୁ ୧୭ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ୩୯୬.୭ ମିମି ବର୍ଷା ହୋଇଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ୨୪ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି। ପୁରୀ, ଖୋର୍ଧା, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ବାଲେଶ୍ବର ଆଦି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଉପୁଜିଛି। ଏହି ୬ ଜିଲ୍ଲାରେ ସ୍ବାଭାବିକ ବର୍ଷାଠାରୁ ୮୦%ରୁ କମ୍‌ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ପୁରୀରେ ରାଜ୍ୟର ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପୁରୀରେ ୩୩% ଅଭାବୀ ବର୍ଷା ହୋଇଛି। ବାକି ୫ ଜିଲ୍ଲାଗୁଡ଼ିକରେ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ସମୁଦାୟ ବର୍ଷାର ପରିମାଣ ୨୦୦ ମିମି ରହିଛି।

LEAVE A REPLY

Please enter your comment!
Please enter your name here