ବୁଗୁଡା, ୨୦.୦୭.୨୦୨୦: ଗଞ୍ଜାମ ଜିଲ୍ଲାରେ କରୋନା ପଜେଟିଭ୍ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଖୋଦ୍ ଗଂଜାମ ଜିଲ୍ଲା ବୁଗୁଡା ସହରରେ ରେ କୈାଣସି ନା କୈାଣସି କାରଣରୁ ଶାରୀରିକ ଅସୁସ୍ଥତା ଏବଂ ଜ୍ବର ଯୋଗୁଁ ଦିନକୁ ଦିନ ମୁଣ୍ଡ ଗଡ଼ିବାରେ ଲାଗିଛି । ଯାହାକୁ ନେଇ ଆଜି ବୁଗୁଡା ଅଞ୍ଚଳର ୩୬ ବର୍ଷୀୟ ଯୁବକ ସନ୍ୟାସୀ ପାତ୍ର ଙ୍କ ଗତ ପାଞ୍ଚ ଦିନ ଧରି ଜ୍ବରରେ ପୀଡ଼ିତ ଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଛି । ଏପରିକି କରୋନା ଭୟରେ ମୃତ୍ୟୁବରଣ କରିଥିବା ସନ୍ଦେହ କରି ଉକ୍ତ ଶବକୁ କେହି ଛୁଇଁବା ପାଇଁ ପାଖକୁ ଆସିନଥିବା ବେଳେ ସ୍ଥାନୀୟ ପ୍ରଶାସନ ମଧ୍ୟ କୈାଣସି ଉଚିତ୍ ପଦକ୍ଷେପ ଗ୍ରହଣ କରିଥିବା ଦେଖାଯାଇଛି । ଯାହାକୁ ନେଇ ଉକ୍ତ ପରିବାର ସଦସ୍ୟ ମୃତ ଶବକୁ ଏକ ଟ୍ରଲି ରେ ପକାଇ ମୁଖ୍ୟ ସଡ଼କ ଦେଇ ନିକଟସ୍ଥ ମଶାଣିରେ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି । କରୋନା କୁ ନେଇ ବୁଗୁଡା ଅଞ୍ଚଳରେ ଜନସାଧାରଣ ଭୟଭୀତ ଥିବା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଉଛି । ଜ୍ବରରେ ପୀଡ଼ିତ ହୋଇ ୯ ଜଣ ମୃତ୍ୟୁବରଣ କରି ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମୃତ୍ୟୁ ପୂର୍ବରୁ କୈାଣସି ଗୋଟିଏ ବି ଲୋକର ସ୍ବାବ୍ ଟେଷ୍ଟ କରାଯାଇ ନଥିବା ଅଭିଯୋଗ କରିଛନ୍ତି ବୁଗୁଡା ଅଞ୍ଚଳ ବାସୀ ।
ରିପୋର୍ଟ: ଅନିଲ କୁମାର ମହାରଣା