ଗଞ୍ଜାମରେ କୋଭିଡ୍‌ ନିୟନ୍ତ୍ରଣ ଲାଗି ସ୍ବତନ୍ତ୍ର ପଦକ୍ଷେପ: ଆହୁରି ୨୫ କୋଟି ଟଙ୍କା ସହାୟତା, ଯିବେ ଅଧିକ ଡାକ୍ତର

0
198

 

ଭୂବନେଶ୍ୱର,୨୦/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ଏହି ଜିଲ୍ଲା ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିଛନ୍ତି। ସୋମବାର ଭିଡିଓ କନଫରେନସିଙ୍ଗ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ନେଇ ସମୀକ୍ଷା ବୈଠକ ହୋଇଛି। ଏହି ବୈଠକରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ ଆରୁଖ, ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ। କାଲିଠୁ ଗଞ୍ଜାମରେ ପ୍ଲାଜମା ଥେରାପି ଆରମ୍ଭ ହେବ। ଗଞ୍ଜାମ ଜିଲ୍ଲାର ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲରେ ଆରମ୍ଭ ହେବ ପ୍ଲାଜମା ଥେରାପି।ଏହି ସ୍ଥିତି ସମୀକ୍ଷା ପରେ ଗଞ୍ଜାମ ଜିଲ୍ଲା ପାଇଁ ବଡ଼ ପ୍ୟାକେଜ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଗଞ୍ଜାମକୁ ୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହାସହ ଗଞ୍ଜାମ ଜିଲ୍ଲାରେ କୋଭିଡ୍‌ ହସ୍ପିଟାଲର ବେଡ୍‌ ସଂଖ୍ୟା ବୃଦ୍ଧି ସହ ନୂଆ କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା ହେବ ବୋଲି ଯୋଜନା ରହିଛି। ବ୍ରହ୍ମପୁର ଅମିତ୍‌ ହସ୍ପିଟାଲରେ ହେବ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ । କରୋନା କଟକଣାକୁ ବେଖାତିର କରୁଥିବା ଅମାନିଆ ଲୋକଙ୍କୁ ତାଗିଦ କରିବା ଲାଗି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସେଥିପାଇଁ ,ଏହି ଜିଲ୍ଲାକୁ ୩ ଡିଏସପି, ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଘର ଘର ବୁଲି ସର୍ଭେ କରୁଥିବା ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି । ଜୁଲାଇରୁ ଅକ୍ଟୋବର ଭିତରେ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ମଧ୍ଯ ଘୋଷଣା କରାଯାଇଛି।

LEAVE A REPLY

Please enter your comment!
Please enter your name here