ଆଜିଠୁ ଭାରତରେ ହେବ କରୋନା ଭାକ୍ସିନର ହ୍ୟୁମାନ ଟ୍ରାଏଲ

0
211

 

କରୋନା ମହାମାରୀ ବିରୋଧରେ ଭାରତର ଲଢ଼େଇ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚିଛି । ଆଜିଠୁ ଦିଲ୍ଲୀ ଏମ୍ସ (AIIMS)ରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ଆରମ୍ଭ ହେବ । ପ୍ରାରମ୍ଭିକ ପର୍ଯ୍ୟାୟରେ ଶହେ ବ୍ୟକ୍ତିଙ୍କଠାରେ ଏହି ଭାକ୍ସିନର ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ୧୮ରୁ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏହି ପରୀକ୍ଷା ହେବ। ହ୍ୟୁମାନ ଟ୍ରାଏଲ ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଯୋଗାଯୋଗ କରିବାକୁ ଆହ୍ୱାନ ଦିଆଯାଇଛି । SMS, ଫୋନ୍ କିମ୍ବା ଇମେଲ୍ ଯୋଗେ ଆଗ୍ରହୀ ବ୍ୟକ୍ତିମାନେ ଯୋଗାଯୋଗ କରିପାରିବେ। 0742 88 47499 ନମ୍ବରରେ ଇଚ୍ଛୁକ ବ୍ୟକ୍ତିମାନେ ନିଜ ନାମ ରେଜିଷ୍ଟ୍ରେସନ କରିପାରିବେ ଅଥବା ctaiims.covid19@gmail.comରେ ମଧ୍ୟ ନିଜ ନାଁ ଓ ସମ୍ପୂର୍ଣ୍ଣ ଠିକଣା ଦେଇ ରେଜିଷ୍ଟ୍ରେସନ କରିପାରିବେ। କୋଭାକ୍ସିନ୍ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି । ୧୨ଟି ମେଡିକାଲ୍‌ରେ କୋଭାକ୍ସିନର କ୍ଲିନିକାଲ୍ ଟ୍ରାଏଲ୍ ହେବ। ତା ମଧ୍ୟରେ ଭୁବନେଶ୍ୱରର ସମ୍ ହସ୍ପିଟାଲ୍ ବି ରହିଛି।ପ୍ରାଥମିକ ପର୍ଯ୍ୟାୟରେ ୩୭୫ ଜଣଙ୍କ ପାଖରେ ଏହାର ପରୀକ୍ଷଣ କରାଯିବ। ଏଥରୁ ୧୦୦ରୁ ଅଧିକ ଲୋକ ଏମ୍‌ସରୁ ହଁ ରହିଥିବା ଜଣାଯାଇଛି। ଏହି ଟେଷ୍ଟରେ ସୁସ୍ଥ ଲୋକଙ୍କୁ ଅର୍ଥାତ୍ ଯାହାର କୌଣସି ରୋଗ ନ ଥିବା ସେମାନଙ୍କୁ ହିଁ ସାମିଲ କରାଯିବ।

LEAVE A REPLY

Please enter your comment!
Please enter your name here