ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଆସନ୍ନ କରୋନା ସଂକ୍ରମଣ ବିଭୀଷିକା ମୁକାବିଲାରେ ପ୍ରଶାସନିକ ବିଫଳତା ନେଇ ପ୍ରେସ ବିଜ୍ଞପ୍ତି ଜାରି କଲା ବିଜେପି ।

0
174

 

ବ୍ରହ୍ମପୁର, ୨୦/୦୭/୨୦୨୦:
ସମ୍ପ୍ରତି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଜନିତ ଦୂରାବସ୍ଥା ସାରା ଭାରତରେ ଜାରି ରଖିଛି ।ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ କରୋନା ପଯିଟିଭ୍ ଚିହ୍ନଟ ସହିତ ବହୁସଂଖ୍ୟାରେ ମୃତ୍ୟୁ ବରଣ କରୁଛନ୍ତି ।ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଦ୍ଵାରା ଜାରୀ ଗାଇଡ ଲାଇନ ଅନୁକରଣରେ କେନ୍ଦ୍ର ସରକାର ଓ ପ୍ରାଦେଶିକ ସରକାର ଏହାର ମୁକାବିଲା କରୁଥିଲେ ମଧ୍ୟ ସ୍ଥଳ ବିଶେଷରେ ଏହାର ସୁଫଳ ପ୍ରଭାବ ପଡ଼ୁ ନଥିବା କାରଣରୁ ସଂକ୍ରମଣକୁ ପ୍ରତିରୋଧ କରିବା କଷ୍ଟସାଧ୍ୟ ବ୍ୟାପାର ହୋଇଅଛି ।ଶାସନ ଗାଦିରେ ଥିବା ଓଡ଼ିଶା ସରକାରଙ୍କ ତ୍ରୁଟିପୂର୍ଣ୍ଣ କରୋନା ମୁକାବିଲା ନୀତି ଏବଂ ବେପରୁଆ ନିଷ୍ପତି ଯୋଗୁଁ ଓଡିଶା ଅଧୁନା କରୋନାର ପର୍ଯ୍ୟଟନ ସ୍ଥଳୀ ପାଲଟିବାକୁ ଯାଉଛି । ମହତ୍ ତ୍ୟାଗ କରି ଦୀର୍ଘଦିନ ଧରି ଜିଲ୍ଲାକୁ କରୋନା ଭୁତାଣୁ ସଂକ୍ରମଣ ଠାରୁ ଦୂରେଇ ରଖି ସର୍ବ କାଳୀନ ଗ୍ରୀନ ଜୋନରେ ଥିବା ଗଞ୍ଜାମ ଜିଲ୍ଲାବାସୀଙ୍କୁ ଛି ଛାକର ବ୍ୟବହାର ମିଳୁଥିବା ପରିତାପ କରିଅଛି ।।

ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦୁଇ ବ୍ଲକ ଧରାକୋଟ ଏବଂ ସାନଖେମୁଣ୍ଡିରେ ଅହେତୁକ କରୋନା ସଂକ୍ରମଣ ଓ ମୃତ୍ୟୁହାର ସର୍ବାଧିକ ଥିବାସହ ଉଭୟ ବ୍ଲକରେ ସ୍ୱାସ୍ଥ୍ୟସେବା ବିଭାଗୀୟ ଆନ୍ତରିକତା ଅଭାବରୁ ବିପର୍ଯ୍ୟୟ ହୋଇପଡ଼ିଥିବା ଜଣାଯାଇଛି । କୋଭିଡ୍ – ୧୯ କାର୍ଯ୍ୟକ୍ରମକୁ ନେଇ ରାଜ୍ୟ ସରକାରଙ୍କ ବାହାବା ନେବା ମନୋଭାବରେ ପ୍ରସ୍ତୁତ ପରିଚାଳନାକୁ ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ ମୁକାବିଲା କରିବାରେ ବିଫଳ ହୋଇଥିବା ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି ।

ଏହି ମର୍ମରେ ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ବରିଷ୍ଟ ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଜୟ କୁମାର ସ୍ବାଇଁ ଉଭୟ ବ୍ଲକର କରୋନା ସଂକ୍ରମଣ ଜନିତ ସଙ୍ଗୀନ ସ୍ଥିତିକୁ ନେଇ ଏକ ପ୍ରେସ ଇସ୍ତାହାର ଦ୍ଵାରା ସାନଖେମୁଣ୍ଡି ଓ ଧରାକୋଟ ଅଞ୍ଚଳର କରୋନା ସଂକ୍ରମଣ ଜନିତ କରୁଣ୍ୟ ସ୍ଥିତିକୁ ନେଇ ସରକାରଙ୍କ କୋଭିଡ -୧୯ ମୁକାବିଲାକୁ ଦୃଢ଼ ବିରୋଧ କରିବା ସହିତ ସାଧାରଣ ଜନତାଙ୍କ ବଞ୍ଚିରହିବା ଅଧିକାରକୁ କ୍ଷୁର୍ଣ୍ଣ ନ କରି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି ।ସଂକ୍ରମିତ ଅଞ୍ଚଳ ଚିହ୍ନଟ ପରେ ଯଥାସାଧ୍ୟ ରେଡ୍ ଜୋନ୍ ଘୋଷଣା ,ଆବଦ୍ଧ ଅଞ୍ଚଳ ଘୋଷିତ ଅଞ୍ଚଳବାସୀଙ୍କ କରୋନା ଜନିତ ସ୍ଵାସ୍ଥ୍ୟ ପରୀକ୍ଷା ,ବ୍ଲକ ସ୍ତରରେ କୋଭିଡ଼ ହସ୍ପିଟାଲ୍ ସହ ସାଧାରଣରେ କୋଭିଡ଼ ଟେଷ୍ଟ ବ୍ୟବସ୍ଥା କରାଯିବା ,ଅଂଚଳରେ ଦେଖାଯାଇଥିବା ସାଧାରଣ ସ୍ବାସ୍ଥ୍ୟ ଚିକିତ୍ସା ପାଇଁ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡ଼ିଥିବା ଡାକ୍ତର ,ଷ୍ଟାଫ୍ ନର୍ସ ,ଓ କର୍ମଚାରୀ ପଦବୀ ପୂରଣ କରିବା ।ସମସ୍ଥ ସ୍ଵାସ୍ଥ୍ୟ ଉପକେନ୍ଦ୍ର ରେ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ଅବସ୍ଥାପିତ କରାଇ ସାଧାରଣ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦାବି କରିଛନ୍ତି ।
ମୌସୁମୀ ଆରମ୍ଭରେ କୃଷକ ନିଜ ବିଲ ବାଡ଼ିରେ କାମ କରିବାକୁ ଯାଉଥିବା ବେଳେ ଲକ୍ ଡାଉନ୍ ଓ ଶାର୍ଟ୍ ଡାଉନ୍ ଶୃଙ୍ଖଳା ଆଳରେ ପୋଲିସର ମାଡ଼ ଓ ଜୋରିମାନା ପକାଇଥିବା ବିଷୟକୁ ବିରୋଧ କରି ପ୍ରଶାସନ ସଜାଗ ନ ରହିଲେ ଜନ ସାଧାରଣଙ୍କ ମନରେ ଅତିଷ୍ଠାତା ସୃଷ୍ଟି ସହ ଆସନ୍ତା ଦିନରେ ଆଇନ ଶୃଙ୍ଖଳା ରକ୍ଷା ନେଇ ବିଷମ ସମସ୍ୟା ସୃଷ୍ଟି ହେବା ନେଇ ମତପ୍ରକାଶ କରିଛନ୍ତି ।ସରକାରଙ୍କ ସାଧାରଣ ଜନତାଙ୍କ ପ୍ରତିଥିବା ସର୍ବନିମ୍ନ ଦାୟିତ୍ୱବୋଧ ଅନୁଶୀଳନ କରି ପ୍ରଶାସନ ଏଥିରୁ ନିଭୃତ ରହିଲେ ସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ହରାଇବା ନେଇ ମତ ପ୍ରକାଶ କରି ଅଞ୍ଚଳ ଅଧିବାସୀଙ୍କ ସମସ୍ୟାରେ ସୁଧାର ଆଣିବାକୁ ଶ୍ରୀ ସ୍ବାଇଁ ଦାବୀ ରଖିଛନ୍ତି ।

ସନ୍ତୋଷ କୁମାର ଦାଶ, ସାନଖେମୁଣ୍ଡି

LEAVE A REPLY

Please enter your comment!
Please enter your name here