ବ୍ରହ୍ମପୁର,୨୧/୦୭/୨୦୨୦: ଵୈଶ୍ଵିକ ମହାମାରୀ କରୋନା ପ୍ରତିକାର ଓ ପ୍ରତିରୋଧରେ ସମ୍ମୁଖଧାଡିରେ ଥିଵା ଅଙ୍ଗନଓ୍ଵାଡି ଏଵଂ ଆଶା କର୍ମୀ ସମୂହ ଘରକୁ ଘର ଯାଇ ପ୍ରତ୍ଯେକ ପରିଵାରର ପ୍ରତ୍ଯେକ ମଣିଷଙ୍କ ସ୍ଵାସ୍ଥ୍ଯ ଵିଵରଣୀ ସଂଗ୍ରହ କରିଵା, କଣ୍ଟେନମେଣ୍ଟ ଜୋନରେ ଆକ୍ରାନ୍ତ ଅଞ୍ଚଳରେ ସ୍ଵାସ୍ଥ୍ଯକର୍ମୀଙ୍କ ସହ କାର୍ଯ୍ଯ କଲାଵେଳେ ସେମାନଙ୍କୁ ସରକାର ଆଵଶ୍ଯକୀୟ ସୁରକ୍ଷା ସରଞ୍ଜାମ ନ ଯୋଗାଇଵା ଓ ସେମାନେ ଏହି କାର୍ଯ୍ଯ କରୁଥିଵା ଵେଳେ ଵିଭିନ୍ନ ଅଞ୍ଚଳରେ ସାମାଜିକ ଅସୁୟାର ଶିକାର ହେଵା ଭଳି ଵହୁ ଘଟଣା ଘଟୁଥିଵା ଵେଳେ ଏଆଇଟିୟୁସି ପକ୍ଷରୁ ମେ ୧୧ରେ ଦେଶଵ୍ଯାପୀ ଦାଵି ଦିଵସ, ପୁଣି ସମସ୍ତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସଂଗଠନ ଓ ଅଖିଳ ଭାରତ ଅଙ୍ଗନଓ୍ଵାଡି କର୍ମୀ ଫେଡେରେଶନ ସମେତ କେନ୍ଦ୍ରୀୟ ଫେଡେରେଶନ ସମୁହଙ୍କ ଆହ୍ଵାନରେ ମେ୨୨ରେ ଦେଶଵ୍ଯାପୀ ଆନ୍ଦୋଳନ, ପୁଣି ୩ଜୁଲାଇରେ ଦେଶଵ୍ଯାପୀ ଦାଵି ଦିଵସରେ କରୋନା ମହାମାରୀ ମୁକାଵିଲା ଓ ପ୍ରତିକାର କାର୍ଯ୍ଯର ସମ୍ମୁଖ ଧାଡିରେ ଥିଵା ଅଙ୍ଗନଓ୍ଵାଡି ଓ ଆଶା କର୍ମଚାରୀଙ୍କୁ ମାର୍ଚ୍ଚ ୨୦୨୦ରୁ ମାସିକ ଟ୭,୫୦୦/-ହାରରେ କରୋନା ପ୍ରକୋପ ଥିଵା ପର୍ଯ୍ଯନ୍ତ ପ୍ରଦାନ କରିଵାକୁ ଦାଵି ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରେ ଦାଵି କରାଯାଇଥିଲା।କେରଳ ସରକାର ଓ ଦିଲ୍ଲୀ ସରକାର ଏହି ଇନିସେଟିଭ୍ ଆଶା ଓ ଅଙ୍ଗନଓ୍ଵାଡି କର୍ମଚାରୀଙ୍କୁ ପ୍ରଦାନ କଲେ।ପରନ୍ତୁ ଓଡିଶା ସରକାର ଆଶା କର୍ମଚାରୀଙ୍କୁ ଗତ ମାର୍ଚ୍ଚ ମାସରୁ ପ୍ରଦାନ ପାଇଁ ଘୋଷଣା କରିଥିବା ଵେଳେ, ଅଙ୍ଗନଓ୍ଵାଡି କର୍ମୀଙ୍କୁ ମାର୍ଚ୍ଚମାସରୁ ନଦେଵା ସରକାରଙ୍କ ପାତର ଅନ୍ତର ନୀତିକୁ ପଦାରେ ପକାଇଛି। ସୂଚନା ଯୋଗ୍ଯ ଯେ ସ୍ଵାସ୍ଥ୍ଯ କର୍ମୀ ଓ ଶିକ୍ଷୟିତ୍ରୀମାନେ କ୍ଵାରେଣ୍ଟାଇନ ସେଣ୍ଟର ଅଥଵା କଣ୍ଟେନମେଣ୍ଟ ଡିଉଟି କରୁଥିଵା କର୍ମଚାରୀଙ୍କ ସେହି ଡିଉଟି ପାଇଁ ସ୍ବତନ୍ତ୍ର ଇନସଣ୍ଟିଭ ମିଳୁଥିଵାରୁ ଅଙ୍ଗନଓ୍ଵାଡି ଓ ଆଶା କର୍ମଚାରୀଙ୍କୁ ମଧ୍ଯ ଏହି ସ୍ଵତନ୍ତ୍ର ଇନସେଣ୍ଟିଭ ଦେଵାକୁ ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ଓ ନିଖିଳ ଓଡିଶା ଆଶା କର୍ମୀ ସଂଘର ରାଜ୍ଯ କାର୍ଯ୍ଯକାରୀ ସଭାପତି ଵିଜୟ ଜେନା,ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘ ରାଜ୍ଯ ସାଧାରଣ ସମ୍ପାଦିକା ହରପ୍ରିୟା ସ୍ଵାଇଁ ଏଵଂ ନିଖିଳ ଓଡିଶା ଆଶା କର୍ମୀ ସଂଘ ସାଧାରଣ ସମ୍ପାଦିକା ନମିତା ସାହୁ ଏକ ମିଳିତ ଵିଵୃତ୍ତିରେ ପ୍ରକାଶ କରିଛନ୍ତି।
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।