ବ୍ରହ୍ମପୁର,୨୨/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ସହରର ବିଭିନ୍ନ ସ୍ଥାନରେ ଅଗ୍ନିଶମ ବିଭାଗ ପକ୍ଷରୁ ସୋଡ଼ିଅମ୍ ହାଇପୋକ୍ଲୋରାଇଟ୍ ବିଶୋଧକ ସିଞ୍ଚନ କରାଯାଇଛି ।
ଆଜି ସହରର କୋଭିଡ଼୍ କେୟାର ସେଣ୍ଟର, ଡ଼ିଏଚ୍ଏଚ୍, ସିଟି ହସ୍ପିଟାଲ, ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ ଓ ହସ୍ପିଟାଲ, ଅମିତ୍ ହସ୍ପିଟାଲ, ପୁରୁଷ ଓ ମହିଳା ହଷ୍ଟେଲ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଟାଟା କୋଭିଡ଼୍ ହସ୍ପିଟାଲ, ପାରଳା ମହାରାଜା କୋଭିଡ଼୍ ହସ୍ପିଟାଲ, ଏମ୍କେସିଜି କୋଭିଡ଼୍ ଟେଷ୍ଟିଂ ସେଣ୍ଟର, ଗେଟ୍ ବଜାରଠାରୁ ଲୋଚାପଡ଼ା ରୋଡ଼, ନୁଆ ବସ୍ ଷ୍ଟାଣ୍ଡଠାରୁ କୋର୍ଟପେଟା ରୋଡ଼, ଗାନ୍ଧି ନଗରର ୧୦ଟି ସାହି, ଜେନା ସାହି, ରାଜା ସାହି, ଦେଶୀ ବେହେରା ସାହି, ବଡ଼ ବଜାର, ସାନ ବଜାର, ଆମ୍ବପୁଆ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ, ପ୍ରମେୟ କାର୍ଯ୍ୟାଳୟ, ତହସିଲ ଅଫିସ୍, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ଆରଡ଼ିସି ଅଫିସ୍, ପିଏଚ୍ଇଡ଼ି ଅଫିସ୍, ଏନ୍ଏଚ୍ ଅଫିସ୍ରେ ବିଶୋଧନ ସିଞ୍ଚନ କରାଯାଇଥିଲା ।