ବୁଗୁଡ଼ାରେ ୩ ଦିନରେ ୭୮ ପଜିଟିଭ, ଆଜି ଜଣେ ମୃତ୍ୟୁ,ସମିତି ସଭ୍ୟଙ୍କ ସମେତ ୩୫ ପଜିଟିଭ

0
169

 

ବୁଗୁଡା,୨୪/୦୭/୨୦୨୦:ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୩ ଦିନ ମଧ୍ୟରେ ୭୮ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୨୫ ଜଣ ଚିହ୍ନଟ ହୋଇଥିବା ଜଣାପଡିଛି। ଯାହା ଫଳରେ ବୁଗୁଡ଼ାରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ସୃଷ୍ଟି ହେଲାଣି। ଆଜି ସୁଦ୍ଧା ବୁଗୁଡା ଅଞ୍ଚଳରେ ୩୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି। ୪ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୧୨୧ ଜଣ ପଜିଟିଭ ସକ୍ରିୟ ଥିବା ବୁଗୁଡା ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ବର୍ତ୍ତମାନ ବୁଗୁଡା ସହରରେ ୭୧ ଜଣ ପଜିଟିଭ ସକ୍ରିୟ ଥିବା ବେଳେ ସମସ୍ତ ସ୍ଥାନୀୟ ସଂକ୍ରମଣ ଜନିତ ବୋଲି ଜଣାପଡିଛି। ସହରର ବିଭିନ୍ନ ସାହିରେ ପଜିଟିଭ ଚିହ୍ନଟ ହୋଇ ଥିବା ବେଳେ ଏହା ଗୋଷ୍ଠୀ ସଂକ୍ରମଣ ନେବାର ଯଥେଷ୍ଟ ସମ୍ଭାବନା ଅଛି। କରୋନା ସଂକ୍ରମଣ ଅଣଆୟତ ହେବାକୁ ନଦେଇ ବୁଗୁଡା ସହରର ସମସ୍ତ ଜନସାଧାରଣ କୋଭିଡ ନିୟମକୁ ସମ୍ମାନ ଜଣାଇ ସତର୍କତା ଅବଲମ୍ବନ କରିବା ଜରୁରୀ ହୋଇପଡିଛି। ଆଜି ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ବୁଗୁଡା ସହରର ୨୫ ଜଣ ପଜିଟିଭ ଅଟନ୍ତି। ଅବଶିଷ୍ଟ ୧୧ ଜଣ ବିଭିନ୍ନ ପଞ୍ଚାୟତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଅରଖପୁର ଗ୍ରାମର ଜଣେ ଆଜି ମୃତ୍ୟୁ ବରଣ କରିଛନ୍ତି।ଏହିପରି ଭୟଙ୍କର ସ୍ଥିତିରେ ମଧ୍ୟ ଜନସାଧାରଣ କୋଭିଡ ଆଇନକୁ ନମାନି ଜରିମାନା ଦେବା ନଜରକୁ ଆସିଛି।ଆଜି ବୁଗୁଡା ତହସିଲ ପକ୍ଷରୁ କର୍ମଚାରୀ ବୃନ୍ଦ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ବଜାୟ ନରଖିବା, ବିନା କାରଣରେ ବାଇକରେ ଦୁଇ ତିନି ଜଣ ବସିକରି ଗାଡି ଚାଳନା ପ୍ରଭୃତି କାରଣ ଯୋଗୁଁ ଆଜି ୫ ହଜାର ଟଙ୍କା ଜରିମାନା ଆଦାୟ କରା ଯାଇଥବା ତହସିଲଦାର ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି। ଏଥିରୁ ଅନୁମାନ କରାଯାଉଛି ଅମାନିଆ ମାନେ ତଣ୍ଡ ଗଣିବେ ପଛେ କୋଭିଡ ନିୟମ ମାନିବାକୁ ନାରାଜ। ବର୍ତ୍ତମାନ ମଧ୍ୟ ସମୟ ଅଛି ସମସ୍ତେ ସତର୍କ ରହି କୋଭିଡ ନିୟମକୁ ମାନି ଚାଲିଲେ ବୁଗୁଡା ମାଟିରୁ ନିଶ୍ଚିତ ଭାବେ କରୋନାକୁ ହଟାଇ ପାରିବା।

ରିପୋର୍ଟ: ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here