ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦୁଇ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା

0
193

 

ଗଞ୍ଜାମ,୨୪/୦୭/୨୦୨୦(ଟୁକୁନା ପ୍ରଧାନ) – : ଖୋର୍ଦ୍ଧା ଜିଲ୍ଲା ବାଣପୁରରେ କରୋନା ମହାମାରୀ ତାଣ୍ଡବ ଲୀଳା କରୁଥିବା ବେଳେ ଦିନକୁ ଦିନ କରୋନା ଯୋଦ୍ଧା ଙ୍କ ସହ ସ୍ଥାନୀୟ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି ।ଗତକାଲି ବାଣପୁର ମେଡିକାଲରୁ ପୁଣି ଜଣେ କରୋନା ଯୋଦ୍ଧା ଆକ୍ରାନ୍ତ ହେଲାପରେ ଜିଲ୍ଲା ପ୍ରଶାସନ ତରଫରୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ଦିନ ପାଇଁ ସଟ ଡ଼ାଉନ ଘୋଷଣା କରାଯାଇଅଛି ବୋଲି ଖୋର୍ଦ୍ଧା ସିଡ଼ିଏମଓ ଡ଼ାଃ ବିଶ୍ୱରଞ୍ଜନ ପତି ସୂଚନା ଦେଇଛନ୍ତି । ଗତକାଲି ରାତିରୁ ଆସନ୍ତାକାଲି ରାତି ଅର୍ଥାତ ୨୩ ଜୁଲାଇ ସନ୍ଧ୍ୟା ରୁ ୨୫ ଜୁଲାଇ ରାତି ପର୍ଯ୍ୟନ୍ତ ବାଣପୁର ସରକାରୀ ହସ୍ପିଟାଲ ର ଅନ୍ତର୍ବିଭାଗ ଏବଂ ବହିର୍ବିଭାଗ ବନ୍ଦ ରହିବ କେବଳ କାଜୁଆଲିଟି ୱାର୍ଡ ଖୋଲା ରହିବ । ଉକ୍ତ ଦୁଇ ଦିନରେ ଆକ୍ରାନ୍ତଙ୍କ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଙ୍ଗ, ସ୍ୱାବ ସଂଗ୍ରହ ଏବଂ ବିଶୋଧନ କାର୍ଯ୍ୟ କରାଯିବ l ଜନସାଧାରଣ ମାନେ ଯଥା ସମ୍ଭବ ଘରେ ରୁହନ୍ତୁ ଏବଂ ଟେଲି ମେଡ଼ିସିନ ସେବାର ଫାଇଦା ନିଅନ୍ତୁ ବୋଲି ସି.ଡ଼ି.ଏମ.ଓ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here