ଭୂବନେଶ୍ୱର,୨୪/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ରାଜ୍ୟରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜୁଲାଇ ମାସଟି ସମ୍ବେଦନଶୀଳ ହୋଇଥିଲେ ମଧ୍ୟ ମାସର ପ୍ରଥମରୁ ହିଁ କ୍ରମାଗତ ଭାବେ ବହୁ ସଂଖ୍ୟାକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେହିପରି ଆଜି ମଧ୍ୟ ରାଜ୍ୟରେ ଆଜି ରେକର୍ଡ଼ ସଂଖ୍ୟକ ୧୫୯୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଚିହ୍ନଟ ହୋଇଥିବା ୧୫୯୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୦୬୭ ଓ ସ୍ଥାନୀୟ ଅଞ୍ଚଳରୁ ୫୨୭ ଜଣ ଚିହ୍ନଟ ହୋଇଛନ୍ତି ।ସେଥିରେ ଗଞ୍ଜାମ ର ସର୍ବାଧିକ ୭୩୨ ଚିହ୍ନଟ ହୋଇଛନ୍ତି।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୬୯୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।