ବ୍ରହ୍ମପୁର,୨୪/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବିଶ୍ୱ ହିନ୍ଦୁ ପରିଷଦ ବରିଷ୍ଠ କାର୍ଯ୍ୟକର୍ତା ତଥା ବଜରଙ୍ଗ ଦଳର ପୂର୍ବତନ ପ୍ରାନ୍ତଃ ସଂଯୋଜକ ରମାକାନ୍ତ ରଥଙ୍କ ମାତା ସୁରଜୁ ରଥଙ୍କ ଗତକାଲି ରାତିରେ ପରଲୋକ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ଧର୍ମାପାରାୟଣା , ବନ୍ଧୁ ମେଳାପୀ , ମିଷ୍ଠଭାଷୀ , ପରପୋକାରୀ ମହିଳା ଥିଲେ । ମୃତ୍ୟୁର ଖବର ଶୁଣିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ରମାକାନ୍ତ ରଥ , ପବିତ୍ର କୁମାର ରଥ , ଉମାକାନ୍ତ ରଥ ଦେବାର୍ଚ୍ଚନ ଓ ଜ୍ୱାଇଁ ଚିତରଞ୍ଜନ ଉପସ୍ଥିତ ଥିଲେ । ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ହୋଇଥିଲା । ୨୦୦୯ ମସିହାରେ ତାଙ୍କର ସ୍ୱାମୀ ପ୍ରବିଣ ଶିକ୍ଷକ ତଥା ସମାଜ ସେବୀ କାଶିନାଥ ରଥଙ୍କର ପରଲୋକ ଘଟିଥିଲା ।