ବୁଗୁଡା, ୨୫/୦୭/୨୦୨୦: : ବୁଗୁଡା ସହରର ମୁଖ୍ୟ ସଡକର ଷ୍ଟେଟବ୍ୟାଙ୍କ ବ୍ୟାଙ୍କ ନିକଟର ଜଣେ ବ୍ୟକ୍ତି ଗତ ଜୁଲାଇ ୧୬ ତାରିଖରେ ବୁଗୁଡା ପିପୁଲସ କଲେଜ କୋଭିଡ କେୟାର କେନ୍ଦ୍ରରେ ନିଜର ସ୍ଲାବ ଟେଷ୍ଟ କରିଥିଲେ। ପରେ ସେ ୧୭ ତାରିଖ ଦିନ ଭୁବନେଶ୍ୱର ଯାଇ ଏକ ଘରୋଇ କୋଭିଡ କେନ୍ଦ୍ରରେ ଟେଷ୍ଟ କରି ନେଗେଟିଭ ରିପୋର୍ଟ ଧରି ଫେରିଥିଲେ। ୧୬ ତାରିଖରେ ବୁଗୁଡାରେ ଟେଷ୍ଟ ହୋଇଥିବା ରିପୋର୍ଟ ୨୪ ତାରିଖରେ ଆସିଥିବା ବେଳେ ପଜିଟିଭ ଆସିଛି। ଜଣେ ବ୍ୟକ୍ତି,ମାତ୍ର ୧୬ ତାରିଖରେ ବୁଗୁଡାରେ ହୋଇଥିବା ଟେଷ୍ଟରେ ପଜିଟିଭ ବାହାରିଥିବା ବେଳେ ଭୁବନେଶ୍ୱରରେ ୧୭ ତାରିଖରେ ଘରୋଇ ମେଡ଼ିକାଲରେ ଟେଷ୍ଟ ବେଳେ କିପରି ନେଗେଟିଭ ବାହାରିଲା ବୋଲି ବୁଗୁଡା ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀଙ୍କୁ ବୁଝିବା ବେଳେ ସେ ପ୍ରକାଶ କରି ଥିଲେ ଯେ ବୁଗୁଡ଼ାରେ ସେହି ବ୍ୟକ୍ତିଙ୍କ ଗଳାରୁ ସ୍ଲାବ ଟେଷ୍ଟ କରାଯାଇଥିବା ବେଳେ ତାଙ୍କର ପଜିଟିଭ ବାହାରିଛି। ଯାହାକି ଶତ ପ୍ରତିଶତ ଠିକ ବୋଲି ଧରାଯାଇଥାଏ। ସେ ଭୁବନେଶ୍ୱରରେ ରକ୍ତ ନମୁନା ନେଇ ଆଣ୍ଟିଜେସିକ ଟେଷ୍ଟ କରିଥିବା ବେଳେ ନେଗେଟିଭ ରିପୋର୍ଟ ଆସିଥିବା ବେଳେ ବୁଗୁଡ଼ାରେ ସ୍ଲାବ ଟେଷ୍ଟରେ ପଜିଟିଭ ରିପୋର୍ଟ ଆସିଥିବା ଯୋଗୁଁ ବୁଗୁଡା ରିପୋର୍ଟକୁ ହିଁ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡିଛି।
ରିପୋର୍ଟ: ଅନିଲ କୁମାର ମହାରଣା