ବ୍ରହ୍ମପୁର,୨୬/୦୭/୨୦୨୦
ବରିଷ୍ଠ କଳାକାର ଦେବରାଜ ବେହେରାଙ୍କ ଚଳିତ ମାସ ୨୧ ତାରିଖରେ ବ୍ରହ୍ମପୁର ଉପକଣ୍ଠ ଲାଠି ଗ୍ରାମସ୍ଥ ସ୍ୱ ବାସଗୃହରେ ହୃଦ୍ଘାତ ଯୋଗୁଁ ପରଲୋକ ଗମନ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । ସେ କୁକୁଡ଼ାଖଣ୍ଡି ବ୍ଳକ ତଥା ଡିଆର୍ ଡିଏ ର ଜଣେ ବରିଷ୍ଠ କିରାଣି ଭାବରେ ଅବସର ନେଇ ଗ୍ରାମୀଣ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ନିଜକୁ ଜଡ଼ିତ କରିଥିଲେ । ଜଣେ ସୁନାଧନ୍ୟ ମଞ୍ଚ ଅଭିନେତା ଏବଂ ଦକ୍ଷ ମୃଦଙ୍ଗ ବାଦକ ଭାବରେ ତାଙ୍କର ଏକ ସ୍ବତନ୍ତ୍ର ପରିଚିତି ଥିଲା । ତାହାଙ୍କ ବିୟୋଗରେ ସ୍ଥାନୀୟ ସାଂସ୍କୃତିକ କ୍ଷେତ୍ରରେ ଶୋକଛାୟା ଖେଳି ଯାଇଛି । ତାହାଙ୍କ ଅକାଳ ବିୟୋଗରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ତରଫରୁ ମୋବାଇଲ୍ କନ୍ଫରେନ୍ସିଙ୍ଗ୍ ଯୋଗେ ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁ ମାମା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ଦିବଂଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ଵାଗତ ଭାଷଣ କ୍ରମରେ ସ୍ବର୍ଗତ ଦେବରାଜ ବେହେରାଙ୍କ କଳାକାର ଜୀବନୀର ସଂକ୍ଷିପ୍ତ ସୂଚନା ଦେଇଥିଲେ । ଏହି ଅବସରରେ ସାମାଜିକ ଗୋଷ୍ଠୀ ସଂଯୋଗିପ୍ରକ୍ରୀୟା ମାଧ୍ୟମରେ ସର୍ବଶ୍ରୀ ଭଗବାନ ସାମଲ, ନୀଳମାଧବ ଜେନା, କୁନୁ ବେହେରା, ମହେନ୍ଦ୍ର ସାହୁ, ପ୍ରଦୀପ କୁମାର ସାହୁ, କିଶୋର କପୂର୍ , ଲକ୍ଷ୍ମୀ ନାରାୟଣ ସାମଲ, ପ୍ରଫୁଲ୍ଲ ଚନ୍ଦ୍ର ନାୟକ, ବିଜୁଳି ଦାସ, ନିହାରୀକା ସାହୁ, ସରୋଜିନୀ ପାଣି ପ୍ରମୁଖ ବହୁ ସଦସ୍ୟ-ସଦସ୍ୟା ନିଜ ନିଜର ବାକ୍ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସଂଘ କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ସହଯୋଗ କରିଥିଲେ ।