ଫ୍ରାନ୍ସରୁ ଉଡ଼ାଣ ଭରିଲା ରାଫେଲ ଜେଟ୍‌, ବୁଧବାର ଭାରତରେ ପହଞ୍ଚିବ , ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ ହରିଆଣାର ଅମ୍ବାଲାରେ ଅବତରଣ କରିବ

0
215

 

ନୂଆଦିଲ୍ଲୀ, ୨୭/୦୭/୨୦୨୦: ବ୍ୟୁରୋ ରିପୋର୍ଟ) ଫ୍ରାନ୍ସରୁ ଉଡ଼ାଣ ଭରିଲା ରାଫେଲ ଜେଟ୍‌, ବୁଧବାର ଆସି ଭାରତରେ ପହଞ୍ଚିବ ।ପ୍ରଥମ ଦଫାରେ ୫ଟି ରାଫେଲ ଯୁଦ୍ଧ ବିମାନ ହରିଆଣାର ଅମ୍ବାଲାରେ ଅବତରଣ କରିବ। ଏନେଇ ଆଜି ଫ୍ରାନ୍ସରୁ ୫ଟି ଯାକ ବିମାନ ଉଡ଼ାଣ ଭରିଛନ୍ତି। ଚୀନ ଓ ଭାରତ ଉତ୍ତେଜନା ଭିତରେ ଫ୍ରାନ୍ସରୁ ଉଡାଣ ଭରିଲା ରାଫେଲ ଯୁଦ୍ଧ ବିମାନ । ପ୍ରଥମ ପର୍ଯ୍ୟାୟରେ ଆସିବ ୫ଟି ରାଫେଲ, ସାଉଦିରେ ଅବତରଣ ପରେ ୨୯ରେ ପହଞ୍ଚିବ ଭାରତ । ଲାଦାଖ ସୀମାରେ ଚୀନ ସହ ଭାରତ ମୁହାଁମୁହିଁ ସ୍ଥିତିରେ ରହିଥିବା ବେଳେ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି ରାଫେଲ । ରାଫେଲ ହେଉଛି ସେହି ଲଢୁଆ ବିମାନ ଯାହା ଆକାଶରେ ଭାରତର ଶକ୍ତିକୁ ବହୁଗୁଣିତ କରିଦେବ । ଫ୍ରାନ୍ସର ମାରିଗ୍ନାକ୍ ଏୟାରବେସ୍ ୫ଟି ରାଫେଲ ହରିୟାଣାର ଅମ୍ବାଲା ଏୟାରବେସ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଫ୍ରାନ୍ସରୁ ଭାରତ ୭ ହଜାର କିଲୋମିଟରରୁ ଅଧିକ ପଥ ଅତିକ୍ରମ କରିବା ସମୟରେ କେବଳ ୟୁଏଇରେ ଅଟକିବ । ଆଉ ବାଟରେ ଆକାଶରେ ହିଁ ଇନ୍ଧନ ଭରିବ ରାଫେଲ । ୨୯ ତାରିଖରେ ଭାରତରେ ଅବତରଣ କରିବା ପରେ ଏହି ୫ଟି ରାଫେଲର ନୂଆ ଠିକଣା ପାଲଟିଯିବ ଅମ୍ବାଲା ଏୟାରବେସ୍ । ବାୟୁସେନାର ୧୨ ଜଣ ଫାଇଲଟ୍ ଓ ଇଂଜିନିୟରିଂ ଟିମ୍ ସଂପୂର୍ଣ୍ଣ ତାଲିମ ପାଇଥିବାରୁ ଭାରତ ପହଁଚିବା ମାତ୍ରେ ବଢ଼ିଯିବ ଆକାଶ ମାର୍ଗରେ ଦେଶର ପରାକ୍ରମ । ରାଫେଲର ବିଶେଷତ୍ୱ ଗୁଡିକ ହେଲା, ରାଫେଲ ହେଉଛି ଫୋର ପଏଣ୍ଟ ଫାଇଭ୍ ଜେନେରେସନ୍ ଫାଇଟର୍ ଜେଟ୍। ଘଣ୍ଟା ପ୍ରତି ସର୍ବାଧିକ ଗତି ୨,୧୩୦ କିଲୋମିଟର ଗତି କରିବା କ୍ଷମତା ରହିଛି। ୫୦ହଜାର ଫୁଟ୍ ଉଚ୍ଚରେ ଆରାମରେ ଉଡିବା ସହ ଆକ୍ରମଣ କରିପାରେ।
ଆକାଶରେ ୩,୭୦୦ କିଲୋମିଟର୍ ପର୍ଯ୍ୟନ୍ତ ଟାର୍ଗେଟକୁ ଭେଦ କରିପାରେ ।
ଡେଲ୍ଟା ଡେଣା ସାହଯ୍ୟରେ ଶୂନ୍ୟରେ ଗୋଟିଏ ସ୍ଥାନରେ ସ୍ଥିର ରହିିିପାରେ।
ଉନ୍ନତମାନର ଇଂଜିନ୍ ଯୋଗୁଁ ମାତ୍ର ତିନି ସେକେଣ୍ଡରେ ଛୁଇଁପାରିବ ସୁପର୍ସୋନିକ ସ୍ପିଡ୍।

LEAVE A REPLY

Please enter your comment!
Please enter your name here