ଭୁବନେଶ୍ବର, ୨୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ମାଟ୍ରିକ୍ ପରୀକ୍ଷାର୍ଥୀ ମାନଙ୍କ ଫଳାଫଳ କେବେ ପ୍ରକାଶ ପାଇବ ସେ ନେଇ ପରୀକ୍ଷାର୍ଥୀଙ୍କ ମନରେ ଯେଉଁ ଉତ୍ସୁକତା ରହିଥିଲା। ଏବେ ତାହା ଶେଷ ହୋଇଛି। ଏନେଇ ଆଜି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଆସନ୍ତା ଜୁଲାଇ ୨୯ ତାରିଖରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସେ ଘୋଷଣା କରିଛନ୍ତି। ବୋର୍ଡର ଦୁଇଟି ଓ୍ବେବସାଇଟ୍ ଏବଂ ଏସଏମଏସ୍ ଜରିଆରେ ମାଟ୍ରିକ୍ ଫଳାଫଳ ଛାତ୍ରଛାତ୍ରୀ ଜାଣିପାରିବେ ବୋଲି ସେ କହିଛନ୍ତି।