ଗଞ୍ଜାମ ଜିଲ୍ଲା ପାଇଁ ନବ ନିର୍ବାଚିତ ଓଡିଶା ସାହିତ୍ୟ ଏକାଦମୀ ସଦସ୍ୟଙ୍କ ସହ କରୋନା ସଂକ୍ରମିତ ରୁ ସୁସ୍ଥ ହୋଇ ଫେରିଥିବା ସାହିତ୍ୟିକ ତଥା ଶିକ୍ଷକ କର୍ମଚାରୀ ନେତା ହାଡିବନ୍ଧୁ ମାଳିଙ୍କୁ ମିଳିତ ଆନୁଷ୍ଠାନିକ ସ୍ବାଗତ ଅଭିନନ୍ଦନ ।

0
182

 

ବ୍ରହ୍ମପୁର,୨୭/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ଜିଲ୍ଲା ଲେଖକ
ସାମ୍ମୁଖ୍ୟ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ପାଇଁ ନବ ନିର୍ବାଚିତ ଓଡିଶା ସାହିତ୍ୟ ଏକାଦମୀ ସଦସ୍ୟ ମାନଙ୍କ ନିମନ୍ତେ ଏକ ମିଳିତ ଆନୁଷ୍ଠାନିକ ସ୍ବାଗତ ଅଭିନନ୍ଦନ ସଭା ଅନୁଷ୍ଠିତ ହୋଇଯାଇଛି।ଲେଖକ ସାମ୍ମୁଖ୍ୟ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଭିଡିଓ କନ୍ଫେରନ୍ସିଙ୍ଗ୍ ଅଭିନନ୍ଦନ ସଭାକୁ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ ସଂଚାଳନ ତଥା ସଂଯୋଜନା କରିଥିଲେ।ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଦମୀ ଗଞ୍ଜାମ ଜିଲ୍ଲା ସଦସ୍ୟ ରୁପେ ନିର୍ବାଚିତ ହୋଇଥିବା କଳିଙ୍ଗ ସାହିତ୍ୟ ସମାଜ ର ସଂଗଠନ ସମ୍ପାଦକ ଏବଂ ଖଲିକୋଟ ବିଶ୍ବବିଦ୍ୟାଳୟର ଓଡିଆ ବିଭାଗ ବରିଷ୍ଠ ଅଧ୍ୟାପକ ଉପାଧ୍ୟକ୍ଷ ସୁସାହିତ୍ୟିକ ଡ଼କ୍ଟର ସିଦ୍ଧାର୍ଥ ଶଙ୍କର ପାଢ଼ୀଙ୍କୁ ଏବଂ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ସଦସ୍ୟ ରୂପେ ପୁନଶ୍ଚ ନିର୍ବାଚିତ ହୋଇଥିବା ବିଶିଷ୍ଟ ପ୍ରାବନ୍ଧିକ ସାହିତ୍ୟ ଏକାଦମୀ ପୁରସ୍କାର ପ୍ରାପ୍ତ ସାହିତ୍ୟିକ ପ୍ରଫେସର ଡ଼କ୍ଟର ପ୍ରସନ୍ନ କୁମାର ସ୍ବାଇଁଙ୍କୁ ଅଭିନନ୍ଦନ ସ୍ବାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା ଏହିଅବସରରେ ଓଡିଶା ସାହିତ୍ୟ ଏକାଦମୀ ନିମନ୍ତେ ଗଞ୍ଜାମ ଜିଲ୍ଲା ପାଇଁ ଯଥାର୍ଥ ପ୍ରତିନିଧିତ୍ଵ ଆଶାକରାଯାଇ ଭୂୟସୀ ପ୍ରଶଂସା କରାଯାଇଥିଲା।ତତ୍ ସହିତ କରୋନା ସଂକ୍ରମଣରୁ ସୁସ୍ଥ ହୋଇ କୋଭିଟ୍ ସେଣ୍ଟରରୁ ଫେରିଥିବା ସାହିତ୍ୟିକ ତଥା ଶିକ୍ଷକ କର୍ମଚାରୀ ନେତା ହାଡିବନ୍ଧୁ ମାଳିଙ୍କୁ ଅଭିନନ୍ଦନ ସହ ସ୍ବାଗତ କରାଯାଇଥିଲା।ସଭାରେ ଗଞ୍ଜାମ ଜିଲ୍ଲା ଲେଖକସାମ୍ମୁଖ୍ୟ ଉପସଭାପତି ତଥା ଫଲଗୁ ସାହିତ୍ୟ ସଂସଦର ସାଧାରଣ ସମ୍ପାଦକ ପ୍ରଫେସର ଡକ୍ଟର ବ୍ରଜମୋହନ ଶାସମଲ, ଲେଖକ ସାମ୍ମୁଖ୍ୟ ସାଧାରଣ ସମ୍ପାଦକ ତଥା ଶିଶୁ ସାହିତ୍ୟ ବିକାଶ ପରିଷଦର ଉପସଭାପତି ହାଡିବନ୍ଧୁ ମାଳି,ଲେଖିକା ସାମ୍ମୁଖ୍ୟ ର ସଭାନେତ୍ରୀ ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର,କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମତୀ ପ୍ରମୋଦିନୀ ପଣ୍ଡା ସାଧାରଣ
ସମ୍ପାଦିକା ଡ଼କ୍ଟର ସୂଚନା ପାଢ଼ୀ, ସମ୍ପାଦିକା
ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ, କୋଷାଧ୍ୟକ୍ଷା
ଶ୍ରୀମତୀ ଆରତୀ ଶତପଥି,ଶିଶୁ ସାହିତ୍ୟ ବିକାଶ
ପରିଷଦ ର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରାଉତ,
ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ, ରଘୁନାଥ ପାଇକ,
ଉପସଭାପତି ବିଜୟଚନ୍ଦ୍ର ନନ୍ଦ, ସମ୍ପାଦିକା ପ୍ରାଧ୍ୟାପିକା
ଡ଼କ୍ଟର ଜୟନ୍ତୀରାଣୀ ପଣ୍ଡା ପ୍ରମୁଖଙ୍କ ସହ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣକରି ଜିଲ୍ଲାରେ କରୋନା ଚିକିତ୍ସିତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରାଯାଇ ପ୍ରାଣ ହରାଇ ଥିବା କରୋନା ଯୋଦ୍ଧାଙ୍କ ଆତ୍ମା ର ସଦଗତି କାମନା କରାଯାଇଥିଲା। ବର୍ତ୍ତମାନ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଉଦବେଗ ପ୍ରକାଶ କରାଯାଇ
ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରି ସୁରକ୍ଷିତ ରହିବାକୁ ଅନୁରୋଧ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here