ବେଲଗୁଣ୍ଠIରେ ପୁଣି ଜଣେ କରୋନା ଯୋଦ୍ଧାଙ୍କ କରୋନାରେ ମୃତ୍ୟୁ I

0
472

 

ବେଲଗୁଣ୍ଠI,୨୭/୦୭/୨୦୨୦: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠI ବ୍ଲକ୍ ର NREGAR ର BFT କର୍ମଚାରୀ ତଥା କରୋନା ଯୋଦ୍ଧା ସଞ୍ଜୟ କୁମାର ସ୍ଵାଇଁ (୪୪)ଙ୍କ ଆଜି ଅପରାହ୍ଣ ୩ଘ ୧୦ ମିନିଟ୍ ସମୟରେ ବ୍ରହ୍ମପୁର ସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି I ସଞ୍ଜୟ ସାତ ଆଠ ଦିନ ହେବ ଜ୍ଵରରେ ପୀଡିତ ଥିଲେ I ସେ ଦୁଇ ଦିନ ତଳେ ଭଞ୍ଜନଗର ଯାଇ କୋଭିଡ ପରୀକ୍ଷା କରାଇଥିଲେ I ରବିବାର ଦିନ ତାଙ୍କର ରିପୋର୍ଟ୍ ପଜେଟିଭ ଆସିଥିଲା I ରବିବାର ସନ୍ଧ୍ୟାରେ ସଞ୍ଜୟ ନିଃଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ ବେଲଗୁଣ୍ଠI ବିଡିଓଙ୍କୁ ଏ ନେଇ ଅବଗତ କରାଇଥିଲେ I ଖବର ପାଇ ବିଡିଓ ଶଶୀ ଭୁଷଣ ମହାପାତ୍ର ସଞ୍ଜୟର ନିଜ ଗ୍ରାମ ବଡପଡ଼ା ପଞ୍ଚାୟତର ଲୁଦୁଲୁଦିକୁ ଯାଇ ଏକ ଆମ୍ବୁଲାନ୍ସ ଯୋଗେ ସଞ୍ଜୟକୁ ଗୋବରା ମେଡିକାଲକୁ ନେଇଯାଇଥିଲେ I ସେଠାରୁ ତାଙ୍କୁ ବ୍ରହ୍ମପୁର କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା I ଆଜି ୩ ଘଣ୍ଟ ୧୦ ମିନିଟ୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟଙ୍କ ମୃତ୍ୟୁ ଘଟିଛି I ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବେଲଗୁଣ୍ଠI ବ୍ଲକ୍ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ସଞ୍ଜୟ ନିଜ ବିଭାଗ ସହ କୋଭିଡ କେୟାର୍ ହୋମର ଅତିରିକ୍ତ ଦାୟିତ୍ଵ ବୁଝୁଥିଲେ I ପୂର୍ବରୁ ବେଲଗୁଣ୍ଠI ବ୍ଲକ୍ ର ଧୂମୂଛାଇ ପଞ୍ଚାୟତର ସରପଞ୍ଚ ତଥା କରୋନା ଯୋଦ୍ଧା ମନୋଜ ପ୍ରଧାନଙ୍କ କରୋନାରେ ମୃତ୍ୟୁ ଘଟିଥିଲା I ସଞ୍ଜୟଙ୍କ ମୃତ୍ୟୁ ପରେ ଦୁଇ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସହ ୧୫ ରୁ ଊର୍ଦ୍ଧ୍ଵ କରୋନା ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି I

LEAVE A REPLY

Please enter your comment!
Please enter your name here