ବେଲଗୁଣ୍ଠା ବଣିକ ସଂଘର ୪୧ ଜଣ ବ୍ୟବସାୟୀ କରାଇଲେ କରୋନା ଟେଷ୍ଟ ।

0
155

 

ବେଲଗୁଣ୍ଠା,୨୭/୦୭/୨୦୨୦:ଗଞ୍ଜାମ ଜିଲ୍ଲାରେ କରୋନା ର କହର ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଦିନ ଦିନ ଅଧିକ ଟେଷ୍ଟ ଓ ଉପଯୁକ୍ତ ଚିକିତ୍ସା ଉପରେ ଗୁରୁତ୍ଵ ଦେଇଛନ୍ତି ।ତା ସହ ବିଭିନ୍ନ ରେଡ ଜୋନ ରେ ଥିବା ଅଞ୍ଚଳ ରେ ସମ୍ପୂର୍ଣ ଶଟ ଡାଉନ ଜାରି ରହିଛି ।ଫଳରେ ଶଟ ଡାଉନ ଅଞ୍ଚଳ ରେ ଅଧିକ ପ୍ରଭାବିତ ହୋଇଛନ୍ତି ସବୁ ବର୍ଗ ର ବ୍ୟବସାୟୀ ମାନେ ।ସେମାନେ ନିଜ ବ୍ୟବସାୟ କେମିତି କରିବେ ଏବଂ ନିଜର ପରିବାର ପ୍ରତିପୋଷଣ କେମିତି କରିବେ ଏ ନେଇ ଚଚିନ୍ତା ରେ ।ଗଞ୍ଜାମ ଜିଲ୍ଲା ର ପୃମୁଖ ହଟ ସ୍ପଟ ହୋଇ ରହିଛି ବେଲଗୁଣ୍ଠା ସହର ।ବେଲଗୁଣ୍ଠା ସହର ଗଞ୍ଜାମ ଜିଲ୍ଲା ର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ।କିନ୍ତୁ କାରୋନା ଲକ ଡାଉନ ବ୍ୟବସାୟୀ ମାନଙ୍କ ଆର୍ଥିକ ମମେରୁଦଣ୍ଡ ଦୋହଲାଇ ଦେଇଛି ।ପ୍ରାୟ ଏକ ମାସ ରୁ ଊର୍ଦ୍ଧ୍ଵ ଦୋକାନ ସମ୍ପୂର୍ଣ ବନ୍ଦ ଥିବା ରୁ ନିଜର ପରିବାର ଚଳାଇବା ତଥା ସାହୁକାର ଙ୍କ ବକେୟା ଦେବା ମୁସ୍କିଲ ହୋଇପଡିଛି ।ଗତକାଲି ବେଲଗୁଣ୍ଠା ଏନ.ଏ.ସି ନିର୍ବାହୀ ଅଧିକାରୀ ରାକେଶ ପାତ୍ରଙ୍କ ସହ ବେଲଗୁଣ୍ଠା ବଣିକ ସଂଘ ର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ।ଉପଦେଷ୍ଟା ଲିଙ୍ଗରାଜ ପାତ୍ର,ପୂର୍ବତନ କାଉନ୍ସିଲର ଜିତେନ୍ଦ୍ର ସୁବୁଦ୍ଧି ଙ୍କ ସହ କିଛି ସଭ୍ୟ ବଣିକ ସଂଘ ଗୃହରେ ଏକ ଅଲୋଚନା ଚକ୍ର କରିଥିଲେ ।ଦୋକାନ ଖୋଲିବା ନେଇ ବିସ୍ତ୍ରୁତ ଆଲୋଚନା କରିଥିଲେ ।ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ସେମାନଙ୍କୁ କାରୋନା ଭୟାବହତା ଉପରେ ଆଲୋକପାତ କରି ସମସ୍ତଙ୍କୁ କରୋନା ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେବା ସହ ସହର କୁ କରୋନା ମୁକ୍ତ କରିବା ପାଇଁ ସମସ୍ତ ବ୍ୟବସାୟୀଙ୍କ ସହଯୋଗ ଲୋଡିଥିଲେ ।ସହର ସଂପୂର୍ଣ୍ଣ କରୋନ ମୁକ୍ତ ହେଲେ ଦୋକାନ ଖୋଲିବା ସମ୍ଭବ ବୋଲି କହିଥିଲେ ।ଯଦି କାହାର କରୋନା ପଜିଟିଭ ଆସିଲା ତେବେ ଲକ୍ଷଣ କୁ ଲକ୍ଷ୍ୟ କରି ପ୍ରଶାସନ ତରଫ ରୁ ନିଜ ଘରେ ଆଇସୋଲସନ ବ୍ୟବସ୍ଥା କରାଯିବା ସହ ଆବଶ୍ୟକୀୟ ଔଷଧ ଯୋଗାଇ ଦିଆଯିବା ସହ ସଂପୂର୍ଣ୍ଣ ଧ୍ୟାନ ଦିଆଯିବା ନେଇ ସ୍ଵଷ୍ଟ କରିଥିଲେ ସମସ୍ତେ ପ୍ରଶାସନ କୁ ସହଯୋଗ କରିବା ପାଇଁ ସହମତି ଦେଇ ସହର ସମସ୍ତ ବ୍ୟବସାୟୀ କରୋନା ପରୀକ୍ଷା କରାଇବେ ବୋଲି କହିଥିଲେ ।ଆଜି ସହର ର ୪୧ ଜଣ ବ୍ୟବସାୟୀ ସ୍ଥାନୀୟ ଟାଉନ ହଲ ଠାରେ ନିଜର ପରୀକ୍ଷା ଅଣ୍ଟିଜେନ ଟେଷ୍ଟ ମାଧ୍ୟମ ରେ କରିଥିବା ଜଣାପଡିଛି ।ବ୍ୟବସାୟୀ ମାନେ ଙ୍କ ସ୍ଵେଚ୍ଛାକୃତ ପରୀକ୍ଷା ପାଇଁ ଉତ୍ସାହ ଏବଂ ସହଯୋଗ ପାଇଁ ନିର୍ବାହୀ ଅଧିକାରୀ ରାକେଶ ପାତ୍ର ବେଲଗୁଣ୍ଠା ବଣିକ ସଂଘ ସମସ୍ତ ସଦସ୍ୟ ଙ୍କୁ ସାଧୁବାଦ ଜଣାଇଛନ୍ତି ।

ରିପୋର୍ଟ: ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here