କୁକୁଡାଖଣ୍ଡି,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବେଆଇନ ଭାବରେ ଠୁଳ ହୋଇଚି ହଜାର ହଜାର ଟନ ପଥର ଗୋଟିଏ ପଟେ ରାଜରାସ୍ତା ପ୍ରଦୂଷଣ କରି ବାଟୋଇ କୁ ନାକେଦମ କରୁଥିବାବେଳେ ପୁଣି ଲଘୁ ଖଣିଜ ପଦାର୍ଥ ଠୁଳ କରିଥିବା ନେଇ ସାଙ୍ଘାତିକ ଅଭିଯୋଗ ଆସିଚି କୁକୁଡାଖଣ୍ଡି ରାସ୍ତା ପାର୍ଶ୍ଵରେ ଥିବା ଏ.କେ ଗୁଡ଼ି କ୍ରସର ନାମରେ ପ୍ରଶାସନର ତାଗିଦକୁ ବେଖାତିର କରି ଖୁଲମ ଖୋଲା ଚଳେଇଚି ତାର କଳା କାରନାମା I ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିବାବେଳେ ଦିନ ଦ୍ବି ପ୍ରହରରେ ଖୁଲମ ଖୋଲା ଲୁଟ କରିଛି ପ୍ରାକୃତିକ ସମ୍ପଦ I କ୍ରସର ପଛ ପଟରେ ଶହ ଶହ ଟ୍ରକ ପଥର ଲୁକ୍କାୟିତ ଅବସ୍ଥାରେ ଭରପୁର ହୋଇ ରହିଚି I ଯାହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି I