କୁକୁଡାଖଣ୍ଡି,୨୮/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ଯୋଦ୍ଧା ଙ୍କୁ ଦୁବ୍ୟବହାର କଲେ କରୋନା ଯୋଦ୍ଧା ।ଏପରି କିଛି ଘଟଣା ଦେଖିବାକୁ ମିଳିଛି, ସହର ଉପକଣ୍ଠ ଫାଷ୍ଟଗେଟ୍ ନିକଟବତ୍ତୀ ପେଟ୍ରୋଲ ପମ୍ପ ନିକଟରେ ଥିବା ପୋଲିସ ଚେକଗେଟ୍ ନିକଟରେ।ଘଟଣାରୁ ପ୍ରକାଶ ଯେ ବ୍ରହ୍ମପୁର ସହରକୁ କୌଣସି ଗାଁ ଲୋକ ଙ୍କୁ ପ୍ରବେଶ ନେଇ ବାରଣ କରାଯାଇଛି।
ଫାଷ୍ଟଗେଟ ପେଟ୍ରୋଲ ପମ୍ପ ନିକଟରେ ପୋଲିସ ଚେକଗେଟ୍ ହୋଇଛି ସମସ୍ତ ଗାଡିକୁ ଯାଞ୍ଚ କରାଯାଉଛି।କୁକୁଡାଖଣ୍ଡି ସିଏଚସି ରେ କାଯ୍ୟରତ ଡାକ୍ତର ରାମଚନ୍ଦ୍ର ମହାପାତ୍ର ନିଜ କାରରେ ଫାଷ୍ଚଗେଟ୍ ଦେଇ ଆସୁଥିବା ବେଳେ ସେଠାରେ କାଯ୍ୟରତ ପୋଲିସ ମାନେ ତାଙ୍କୁ ପରିଚୟ ପତ୍ର ମାଗିବା ସହ ଦୁବ୍ୟବହାର କରିଥିଲେ।ଏନେଇ ସେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ଦୃଷ୍ଟି ଆର୍କଷଣ କରିଥିଲେ।ପୂର୍ବରୁ ମଧ୍ୟ ବ୍ଲକର କିଛି କରୋନା ଗାଡି ଉକ୍ତ ଚେକଗେଟ୍ ଦେଇ ଯିବା ସମୟରେ ଗାଡିଗୁଡିକୁ ଯାଞ୍ଚ କରି ଜାଣିଶୁଣି ହଇରାଣ ମଧ୍ୟ କରୁଥିବା ଡାକ୍ତର କହିଛନ୍ତି।ପୂର୍ବରୁ କିଛି ସରକାରୀ କମଚାରୀ ମାନେ ନିଜ ପରିଚୟ ପତ୍ର ଦେଖାଇବା ପରେ ମଧ୍ୟ ପୋଲିସ କର୍ମଚାରୀ ଙ୍କ ଦୂବ୍ୟବହାର ର ସମ୍ମୁଖିନ ହେଇଛନ୍ତି।ଏନେଇ ବ୍ରହ୍ମପୁର ଏସପି ଦୃଷ୍ଟି ଦେବାକୁ ଦାବି ହୋଇଛି।