ବ୍ରହ୍ମପୁର,୨୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) କରୋନା ସଂକ୍ରମଣକୁ ରୋକିବା ଉଧେଶ୍ୟରେ ଗତ ମାର୍ଚ୍ଚ ୨୪ ତାରିଖରୁ ଲକ୍ ଡାଉନ ଲାଗୁ କରାଯାଇଛି l ଏହି ଲକଡାଉନ ଅବଧିରେ ଓଡିଶାର ସମସ୍ତ ସାମ୍ବାଦିକ ଓ ଆଇନଜୀବୀଙ୍କ ନିମନ୍ତେ ଆର୍ଥିକ ସହାୟତାର ପ୍ୟାକେଜ ଘୋଷଣା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚ ଦାବୀ କରିଛି l ଆଜି ମଞ୍ଚର ଆବାହକ ଅବନୀ ଗୟା ଏକ ପ୍ରେସ ବିବୃତି ମାଧ୍ୟମରେ କହିଛନ୍ତି ଯେ, ବର୍ତମାନ ସମସ୍ତ ବ୍ୟବସାୟ କଳକାରଖାନା ଅଫିସ ଦପ୍ତର କୋର୍ଟ କଚେରୀ ବନ୍ଦ ହୋଇ ଲୋକଙ୍କ ଜୀବନ ଜୀବିକା ଦୁର୍ବିସହ ହୋଇପଡିଛି l ସରକାରୀ ଚାକିରିଆ ଓ ବଡ଼ ବଡ଼ ବ୍ୟବସାୟୀଙ୍କ ବ୍ୟତୀତ ଅନ୍ୟ ସମସ୍ତେ ଏଥିରେ ବହୁଳ ଭାବେ ପ୍ରଭାବିତ ହୋଇ ବର୍ତମାନ ନିଜ ନିଜ ପରିବାର ବଞ୍ଚାଇବା ବହୁତ କଷ୍ଟ ହୋଇପଡିଛି l ଆପଣ ଜାଣନ୍ତି, ଦେଶର ବିଭିନ୍ନ ଗଣମାଧ୍ୟମରେ କାମ କରୁଥିବା ସାମ୍ବାଦିକ ଓ ଆଇନଜୀବୀ ମାନଙ୍କୁ ବୁଦ୍ଧିଜୀବୀ ଭାବେ ଗଣlହୁଏ l କିନ୍ତୁ, ଓଡିଶା ଭଳି ରାଜ୍ୟରେ ସାମ୍ବାଦିକ ଓ ଆଇନଜୀବୀଙ୍କୁ ସେହି ସମ୍ମାନ ଦେବାରେ ସରକାର ଗୁରୁତର ଅବହେଳା କରିଛନ୍ତି l ଦୀର୍ଘ ୫ ମାସ ବିତିଯାଇଥିଲେ ବି ଆଜିଯାଏଁ ଓଡିଶା ରାଜ୍ୟସରକାର ଓଡିଶାର ସାମ୍ବାଦିକ, ଆଇନଜୀବୀ ମାନଙ୍କୁ କୌଣସି ପ୍ରକାର ସହାୟତା ଘୋଷଣା କରିନାହାନ୍ତି l କେବଳ ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଛନ୍ତି ସତ ହେଲେ ବର୍ତମାନର ଦରଦାମ ବୃଦ୍ଧିର ସଙ୍କଟ କରୋନା ସଂକ୍ରମଣଠାରୁ ବଳି ପଡିଛି l ସେହିପରି କୋର୍ଟ ବନ୍ଦ ହୋଇ ସମସ୍ତ ଆଇନଜୀବୀଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଥିବାସତ୍ୱେ ଓଡିଶା ରାଜ୍ୟ ସରକାର ଏହି ବୃହତ ବୁଦ୍ଧିଜୀବୀ ବର୍ଗର କଥାକୁ ଆଜି ପର୍ଯ୍ୟନ୍ତ ବୁଝିନାହାନ୍ତି l ଅଥଚ ଓଡିଶା ବ୍ୟତୀତ ଅନ୍ୟ ପ୍ରାୟ ସମସ୍ତ ରାଜ୍ୟ ସରକାର ନିଜ ନିଜ ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ଓ ଆଇନଜୀବୀଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି l
ଏଣୁ ଏହି କରୋନା ସଂକ୍ରମଣ ଓ ଲକଡାଉନ ଅବଧି ମଧ୍ୟରେ ଓଡିଶାର ସମସ୍ତ ସାମ୍ବାଦିକ ଓ ଆଇନଜୀବୀଙ୍କ ପାଇଁ ଆର୍ଥିକ ସହାୟତାର ପ୍ୟାକେଜ ପ୍ରଦାନ କରିବା ପାଇଁ ମଞ୍ଚ ଆବାହକ ଅବନୀ ଗୟା ଅନୁରୋଧ କରିଛନ୍ତି l