*ପୋଖରୀ ତୁଠରେ ଅବୈଧ ମଦ ବେପାର ।ଚଢ଼ାଦରରେ ବିକ୍ରି ହେଉଛି ଦେଶୀ ମଦ ପାଉଚ୍ ।

0
279

 

ବ୍ରହ୍ମପୁର,୨୯/୦୭/୨୦୨୦: ଦିଗପହଣ୍ଡି ଅବକାରୀ ସେକ୍ସନ ଅନ୍ତର୍ଗତ ସାନଖେମୁଣ୍ଡି ତହସିଲ ତଥା ପାଟପୁର ପୋଲିସ ଥାନା ଅଂଚଳରେ ଚାଲିଥିବା ଅବୈଧ ମଦ ବେପାର ସମ୍ପ୍ରତି ଦିଗହରା ହୋଇଥିବା ଲକ୍ଷ କରାଯାଇଅଛି ।ଅଂଚଳରେ ନିଶା କାରବାର ଘଟଣାରେ ତଳଦିନେ ଏହି ଅଂଚଳରେ ଭୟଙ୍କର ପରିସ୍ଥିତି ଉପୁଜିଥିବା ବେଳେ ଜନୈକ ବେପାରୀଙ୍କୁ ଡାକି ନେଇ ହତ୍ୟା କରାଯାଇଥିଲା l ବହୁଦିନ ପରେ ପୋଲିସ ଖବର ପାଇ ଅନୁସନ୍ଧାନ କରି ଆରୋପି ହତ୍ୟାକାରୀଙ୍କୁ ଗିରଫ କରିଥିଲା । ପରନ୍ତୁ ଲକ୍ ଡାଉନ୍ ତଥା ସରକାରଙ୍କ କୋଭିଡ୍ -୧୯ କାର୍ଯ୍ୟକ୍ରମ ଅବ୍ୟବହିତ ରେ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଦେଶୀ ମହୁଲି ମଦ ପ୍ରସ୍ତୁତି ବନ୍ଦ ରହିବା ସହ ଭାଟି ସମୂର୍ଣ ବନ୍ଦ ଥିବା ଅବସରରେ ଅଞ୍ଚଳରେ ପ୍ୟାକେଟ ଦେଶୀମଦ ଧାର୍ଯ୍ୟ ଦର ଠାରୁ ତିନି ଚାରି ଗୁଣ ଅଧିକ ଦରରେ ଖୁଲୁମାଖୁଲ ବିକ୍ରି ହେଉଥିବା ଅବକାରୀ ବିଭାଗର ପ୍ରଶାସନିକ ପେଞ୍ଚକୁ ପଦାରେ ପକାଇଛି ।

ପ୍ରାପ୍ତ ତଥ୍ୟ ଓ ଅନୁସନ୍ଧାନ ଅନୁଯାୟୀ ପାଟପୁର ଥାନା ଅଞ୍ଚଳ ବାହାରେ ଥିବା ଏକ ସରକାରୀ ଭାଟି କରୋନା ନିୟମ ଉଲଂଘନ କରି ରାତାରାତି ମଦ ପ୍ରସ୍ତୁତି ସହିତ କୋଚିଆ ଲିଙ୍କ୍ ରେ ବେପାର କରୁଥିବା ପ୍ରତ୍ୟକ୍ଷଦର୍ଶୀ ବିବରଣୀ ରହିଅଛି ।ଦିଗପହଣ୍ଡି ଥାନା ଅଞ୍ଚଳ ଚସା ନିମାଖଣ୍ଡିପେଣ୍ଠ ରେ ଥିବାଏହି ସରକାରୀ ମଦ ଭାଟିରୁ ସାନଖେମୁଣ୍ଡି ତହସିଲର ମୌଲଭଞ୍ଜା ପଞ୍ଚାୟତ ପାଇଁ ମଦ ଯୋଗାଣ ହେଉଥିବା ଜଣା ଯାଇଛି ଏହି ପଞ୍ଚାୟତ ସହ ଛଣମେରି ଓ ସିଙ୍ଗପୁର ପଞ୍ଚାୟତରେ ଏହି ଭାଟି ପ୍ରସ୍ତୁତି ମଦର ଆବାଧ୍ୟ ବେପାର ହେଉଥିବା ଜଣାଯାଇଛି।ଚାରି ଗୋଟି ବିକ୍ରୟ କାଉଣ୍ଟର ବିଧି ଥିବାବେଳେ ସପୃକ୍ତ ଭାଟି ଦ୍ଵାରା ଅଂଚଳରେ ଚାଳିଶ ରୁ ଅଧିକ ସେଲ୍ ଆଉଟ୍ ଲେତ୍ ଖୋଲି ବେପାର କରୁଥିବା କାରଣରୁ ଉକ୍ତ ତିନି ପଞ୍ଚାୟତରେ କରୋନା କଟକଣା ଜନିତ ମଦ ବିକ୍ରି ପ୍ରତିଯୋଗିତା ଭିତ୍ତିରେ ହେଉଥିବା ଜଣାଯାଇଛି ।ଅତଏବ ଡେଙ୍ଗାଉସ୍ତା – ପଳାଶପୁର ଛକ ରାସ୍ତାର ଖଜୁରୀପଡା ଗାଁ ମୁଣ୍ଡ ରାସ୍ତାକଡ଼ରେ ଥିବା କୁମୁଟି ବନ୍ଧ ତୁଠରେ ବେଆଇନ ଦେଶୀ ମଦ କାଉଣ୍ଟର ଖୋଲି ଚଢାଦରରେ ପାଉଚ ଆକାରରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଅଛି । ଲକ୍ ଡାଉନ ସଟ୍ ଡାଉନରେ ନିଶା ବିକ୍ରୀ ଉପରେ କଡା କଟକଣା ରହିଥିଲେ ମଧ୍ୟ ଏଠାରେ ଏ ସବୁର ବ୍ୟତିକ୍ରମ ଦେଖାଯାଇଅଛି ।

ବ୍ରହ୍ମପୁର ଅବକାରୀ ଡିଭିଜନରେ ବେଧଡକ ଏବଂ ନିର୍ଭୟରେ ଖୁଲମଖୁଲା ମଦ ବିକ୍ରି ନେଇ ଅଞ୍ଚଳ ବୁଦ୍ଧିଜୀବୀ ଚିନ୍ତାରେ ଥିବାବେଳେ ଗୋଟିଏ ମଦ ପାଉଚ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେବା ଦ୍ଵାରା ଏହା ମଦୁଆଙ୍କୁ ପ୍ରଭାବିତ କରିବା ସହିତ ବ୍ୟାପକ ଅସାମାଜିକ ଘଟଣା ଘଟୁଥିବା ଆଲୋଚିତ ବିଷୟ ହେବାସହିତ ବ୍ୟାପକ ଅବକାରୀ ରାଜସ୍ବ ହାନିର ଲକ୍ଷ୍ୟ କରାଯାଉଛି ।

ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ ।

LEAVE A REPLY

Please enter your comment!
Please enter your name here