ଶୁଭମୁକ୍ତି ଅପେକ୍ଷାରେ ପୁଣି ଏକ କ୍ଷୁଦ୍ର ଚଳଚିତ୍ର “ଅଭିପସା”

0
203

 

ବ୍ରହ୍ମପୁର,୨୯/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ଗଞ୍ଜାମ ନିଜର କଳା ସାହିତ୍ୟ ନୃତ୍ୟ ତଥା ଅଭିନୟ ପାଇଁ ଆଜି ସାରା ବିଶ୍ୱରେ ନିଜରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ।ପୁଣି କିଛି କଳାକାରଙ୍କର ମିଳିତ ପ୍ରୟାସରେ ତିଆରି ହୋଇସାରିଛି ଏକକ୍ଷୁଦ୍ର କଳାତ୍ମକ ଚଳଚିତ୍ର “ଅଭିପସା” ଏହି ଚଳଚିତ୍ର “ଇଶା ଭିଜନ”ଦ୍ୱାରା ପ୍ରସ୍ତୁତ କରାଯାଉଥିବା ବେଳେ ଏଇଥିରେ ନିର୍ଦ୍ଧେଶନା ଭାର ସମ୍ଭାଳିଛନ୍ତି ଜାତୀୟ ପୁରସ୍କାର ବିଜେତା “ଅଭିଳାଷ”ଫିଲ୍ମର ନିର୍ଦ୍ଧେଶକ କ୍ରିଷ୍ଣା ଡିକେ , ବିଶିଷ୍ଟ ଅନ୍ତରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଗୁରୁ ଶ୍ରୀସ୍ଥିତଧୀ ରଥଙ୍କ ପ୍ରେରଣା ଏବଂ କଳା ନିର୍ଦ୍ଧେଶନାରେ ପ୍ରସ୍ତୁତ ହେବାକୁ ଥିବା ଚଳଚିତ୍ରରେ ବରିଷ୍ଟ କଳାକାର ପ୍ରୀତିରଞ୍ଜନ ପ୍ରଧାନ ଏବଂ ହିଂଜିଲିକାଟୁର ନୃତ୍ୟ କଳା ଗବେଷଣା କେନ୍ଦ୍ର ନୃତ୍ୟମର କୁନି ଓଡିଶୀ ନୃତ୍ୟ ଶିଳ୍ପୀ ଇ.ସଞ୍ଚିତା ପାତ୍ର ଅଭିନୟ ମାଧ୍ୟମରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ଫିଲ୍ମର କଥା ବିଷୟ ବସ୍ତୁ ପରିକଳ୍ପନା ଏବଂ କାହାଣୀ ଵାସ୍ତୁବିତ ସାନ୍ୟାସୀ ମହାରଣାଙ୍କର ଦ୍ୱାରା ସରାଞ୍ଚନା କରାଯାଇଥିବା ବେଳେ। ଫିଲ୍ମର କଥା ବିଷୟ ମଧ୍ୟବିତ୍ତ ପରିବାର ସଂଘର୍ଷ ଏବଂ କରୋନା ଯୋଦ୍ଧାଙ୍କ ଦାଇତ୍ଵ ଏବଂ କର୍ତ୍ତବ୍ୟ ଉପରେ ପର୍ଯ୍ୟବେସିତ।ପୂର୍ବରୁ “ମର୍ତ୍ୟପୁରରେ ଯମରାଜ” ଭଳି ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅନୁଷ୍ଠାନ ଦ୍ୱାରା ସାମାଜିକ କଥା ବିଷୟବସ୍ତୁ ସହ ପୁନଃ ଏକ ସଚେତନାଧର୍ମୀ ଚଳଚିତ୍ର ହିଂଜିଲିକାଟୁର ନୃତ୍ୟମ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଯୁବ ନିର୍ଦ୍ଧେଶକ କ୍ରୀଷ୍ଣାଙ୍କର ବଳିଷ୍ଠ ସଂଯୋଜନାରେ ପ୍ରସ୍ତୁତ ହୋଇଥିବାରୁ ପ୍ରଯୋଜକ ଖୁସି ବ୍ୟକ୍ତ ପ୍ରକାଶ କରିଥିବାର ଜଣା ପଡ଼ିଛି। ଚଳଚିତ୍ରରେ କୁକୁଡାଖଣ୍ଡି ବିଡିଓ ଶ୍ରୀ ଗଦାଧର ପାତ୍ର ଆୟୁର୍ବେଦିକ କଲେଜର ବରିଷ୍ଠ ପ୍ରାଧ୍ୟାପକ ଡା. ବିମଳ କୁମାର ପଣ୍ଡା ଏବଂ ସଦର ଥାନାର ଏଏସଆଇ ସୁରେଶ ସାହୁ ପ୍ରମୁଖ ଅବଦାନ ଦେଇଥିଲେ। ଫିଲ୍ମରେ ଚିତ୍ରଉତ୍ତଳନ ଦାୟିତ୍ୱ ଟି.ଶ୍ରୀନୁ କରିଥିବା ବେଳେ ଫିଲ୍ମର ଏଡିଟିଙ୍ଗ ଦାୟିତ୍ୱରେ ଜି.ଲୋହିତ ରାଓଙ୍କର ସମେତ ମୁଖ୍ୟ ସହସଯୋଗୀ ଭାବେ ଗୋପାଳ ମହାନ୍ତି, ସୋମନାଥ ବେହେରା,ରବୀନ୍ଦ୍ରନାଥ ସାହୁ, ସଦାନନ୍ଦ ସାହୁ, ବିକାଶ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏ ଚଳଚିତ୍ର ନିର୍ମାଣ ହିଂଜିଲିକାଟୁ ଏବଂ କୁକୁଡାଖଣ୍ଡି ବ୍ଲକର ଆଙ୍କୁଶପୁର ତଥା ତାର ନିକଟବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ପ୍ରଯୋଜକ ଶ୍ରୀମତୀ ରିତା ମହାରଣା ଏହାର ବିପୁଳ ସଫଳତା କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here