ଗଂଜାମରେ କରୋନା ସ୍ଥିତି ନେଇ ଭୃଗୁ ଙ୍କ କ୍ଷୋଭ।

0
225

 

ବ୍ରହ୍ମପୁର,୩୦/୦୭/୨୦୨୦(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜିଲ୍ଲାର କରୋନା ସ୍ଥିତି ବହୁତ ଖରାପ ହୋଇଥିଲେ ମଧ୍ୟ ପ୍ରସାନିକ କ୍ଷେତ୍ରରେ ତଥା ସରକାର ଙ୍କର ଖାମଖିଅଲି ମନୋଭାବ ନେଇ ଗୁରବାର ଭାରତୀୟ ଜନତା ପାର୍ଟି ର ଉପସଭାପତି ତଥା ଗଞ୍ଜାମ ଜିଲ୍ଲାର ସାଂସଦ ପାର୍ଥି ଭ୍ରୃଗୃବକ୍ସି ପାତ୍ର ଉଦବେଗ ପ୍ରକାଶ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିକଟ କୁ ପତ୍ର ଲେଖି ଛନ୍ତି। ସେ ଜଣାଇଛନ୍ତି ଯେ ଯେଉଁ ଜିଲ୍ଲା ବସି ମୁଖ୍ୟମନ୍ତ୍ରୀ ଙ୍କୁ ଦୀର୍ଘ ୨୦ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଜିତେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ସେମାନଙ୍କ ର ଅସୁବିଧା ବେଳେ ଆଖି ବୁଜି ଦେଇଛନ୍ତି । ଗଞ୍ଜାମ ଜିଲ୍ଲା କୁ ବାହାର ରାଜ୍ୟ ର ଶ୍ରମିକ ମାନେ ଆସିଲା ବେଳେ ପ୍ରଶାସନ ଆଖିଦୃଶିଆ କୌଣସି କାର୍ଯ୍ୟ କରି ନଥିଲେ ଓ ମୁଖ୍ୟମନ୍ତ୍ରୀ ଆଖି ବୁଜିଦେଲେ।ବର୍ତ୍ତମାନ ହେଉଥିବା କରୋନା ଚିକିତ୍ସା ବ୍ୟବସ୍ତା ରେ କୌଣସି ବିଶିଷ୍ଠ ବ୍ୟକ୍ତି ତଥା ସାମ୍ବାଦିକ ଓ ରାଜନେତାଙ୍କ ମତ କୁ ଗ୍ରହଣ କରିବା ଦୂରର କଥା ସେମାନଙ୍କ କଥା କୁ କର୍ଣ୍ଣପାତ କରା ଯାଉନାହିଁ। ସେହିପରି କରନା ଯୋଦ୍ଧା ମନେ ଯୁଦ୍ଧ ରେ ହାରି ନିଜ ଜୀବନ ଯୁଦ୍ଧ ରେ ହାରି ଗଲେ ବି ଶବ କୁ ସଂମାନ ମିଳୁ ନାହିଁ । ରାଜଜନୀତିକ ବ୍ୟକ୍ତି ତଥା ସାମ୍ବାଦିକ ମାନେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ।ଦୀର୍ଘ ୪ ମାସ ହେବ ଭାରତୀୟ ଜନତା ପାର୍ଟି କରନା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରି ଆସୁଥିଲେ ସରକାର ଙ୍କ ପକ୍ଷ ରୁ ରାଜନୈତିକ କାରଣ ଯୋଗୁ ଆଖି ବୁଜି ଦିଇଆଯାଉଛି ।ଶେଷ ରେ ଭ୍ରୃଗ ନିବେଦନ କରି ଥିଲେ ଯେ ବର୍ତମାନ ସ୍ଥିତି ଦୃଷ୍ଟି ରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଙ୍କୁ ନିବେଦନ କରିଲେ ଯେପରି ଦିଲ୍ଲୀ ଓ ମହାରାଷ୍ଟ୍ର ରେ ସ୍ଥିତି ନିୟନ୍ତ୍ରଣ କୁ ଆସିଲା ଓଡିଶା ରେ ମଧ୍ୟ କେନ୍ଦ୍ର ସରକାର ହସ୍ତକ୍ଷେପ କଲେ ନିୟନ୍ତ୍ରଣ କୁ ଆସି ପାରିବ।

LEAVE A REPLY

Please enter your comment!
Please enter your name here