ବରଗଡ଼,୩୦/୦୭/୨୦୨୦(ବ୍ୟୁରୋ ରିପୋର୍ଟ) ବରଗଡ଼ ସାଂସଦ ତଥା ଭାରତୀୟ ଜନତା ପାର୍ଟି ପୁରୁଖା ନେତା ଶ୍ରୀଯୁକ୍ତ ସୁରେଶ ପୂଜାରୀ ପଶ୍ଚିମ ଓଡିଶା ରୁ ଡାକ୍ତର ମାନଙ୍କର ଅନ୍ୟତ୍ର ବଦଳି ହେଉଥିବା ରୁ ଉଦବେଗ ପ୍ରକାଶ କରିଛନ୍ତି।ବର୍ତ୍ତମାନ କରନା ଭଳି ମହାମାରୀ ସ୍ଥିତି ରେ ପଶ୍ଚିମ ଓଡିଶା ର ଡାକ୍ତର ମାନକୁ ଅନ୍ୟ ଜାଗା କୁ ବଦଳ କରା ଯାଉଛି। ଫଳ ରେ ଏବେ ପଶ୍ଚିମ ଓଡିଶା ରେ ଡାକ୍ତର ମାନଙ୍କର ଅଭାବ ଦେଖା ଦେଉଛି। ଏହାସହ ରୋଗୀ ମନେ ସାଧାରଣ ଚିକିତ୍ସା ସୁବିଧା ବି ପାଉନାହାନ୍ତି । ଏହାର ପ୍ରତିବାଦ କରି ଶ୍ରୀଯୁକ୍ତ ପୂଜାରୀ ବରଗଡ଼ ର ଗାନ୍ଧୀ ଛକ ରେ କଳା ବ୍ୟାଚ ପିନ୍ଧି ମୌନ ପ୍ରତିବାଦ କରି ଥିଲେ ଓ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଦେଇଥିଲେ ।