ପାରଳଖେମୁଣ୍ଡି,୩୦/୦୭/୨୦୨୦: କରୋନା ମୁକାବିଲା ନେଇ କୋଭିଡ଼ ଯୋଦ୍ଧାମାନେ ଦିନ ରାତି ଏକ୍ କରି ଦେଇଛନ୍ତି । କୋଭିଡ଼ ଯୋଦ୍ଧାଙ୍କ ମଧ୍ୟରେ ସାମ୍ବାଦିକ ମଧ୍ୟ ରହିଛନ୍ତି । କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ସହାୟତା ଦିଆଯିବା ନେଇ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାରି ମଧ୍ୟରେ କିଛି ଦିନ ପୂର୍ବେ କରୋନାରେ ଦୁଇ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିଲା । କରୋନାରେ ମୃତ୍ୟୁ ଘଟିଥିବା ଦୁଇ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାରା ସହାୟତା ଦିଆଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ମୃତକ ଗଞ୍ଜାମ ସାମଜ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ ପରିବାରକୁ ୧୫ଲକ୍ଷ ଓ ଅନ୍ୟଜଣେ ଗଜପତିର ସାମ୍ବାଦିକ କେ ସି ଏଚ୍ ରତ୍ନମଙ୍କ ପରିବାରକୁ ମଧ୍ୟ ୧୫ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏନେଇ ଟ୍ୱିଟ କରି ରାଜ୍ୟ ସରକାରଙ୍କ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି । ଗଜପତି ଓ ଗଞ୍ଜାମ ଜିଲ୍ଲାର ଦୁଇ ଜଣ ମୃତ ସମ୍ବାଦିକ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ କେସି ଏଚ ରତ୍ନମ ଓ ଗଞ୍ଜାମ ଜିଲ୍ଲାର ଯୁବ ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ଓଡ଼ିଶାର ମୁଖୟମନ୍ତ୍ରୀ ନବୀନ ପଟ୍ଟନାୟକ୧୫ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିବାରୁ ଗଜପତି ଜିଲ୍ଲା ସାମ୍ବାଦିକ ସଂଘ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁକୃତଜ୍ଞତା ଜ୍ଞାପନ କରିବା ସହ ଆଗାମୀ ଦିନରେ ମଧ୍ୟ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଏଭଳି ସହାୟତାର ହାତ ସେ ବଢାଇବେ ବୋଲି ଆଶା ରଖିଛନ୍ତି
ସେହି ଭଳି ମୃତ ଦୁଇ ଜଣ ସାମ୍ବାଦିକଙ୍କ ପାଇଁ ରାଜ୍ୟ ସ୍ତରରେ ରାଜ୍ୟ ସରକାର ଙ୍କ ନିକଟରେ ସହାୟତାର ରାଶି ବଢ଼ାଇବା ନିମନ୍ତେ ଦାବୀ କରିଥିବା ଓ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ନେଇ୧୦ ଟି ସାମ୍ବାଦିକ ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏଣୁ ୧୦ ଟି ସାମ୍ବାଦିକ ସଂଗଠନ ର କର୍ମ କର୍ତ୍ତା ମାନଙ୍କୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ଡିଜେନ ପାଢ଼ୀ, ପ୍ରଦୀପ କୁମାର ନାୟକ, ରଶ୍ମୀ ରଞ୍ଜନ ମିଶ୍ର, ଶିଶିର ଗୌଡ, ରୁପେଶ ସାହୁ, ବାସୁଦେବ ଦାସ, ଗୋବିନ୍ଦ ଆଚାର୍ଯ୍ୟ ସୁଜିତ କୁମାର ବିଷୋୟୀ, ଶୋରଜ ବୀର, ବିଧାନ ଚୌଧୁରୀ କୃଷ୍ଣ ମୋହନ ପଟନାୟକ, କୃଷ୍ଣ ବେହେରା, ବୀର କିଶୋର ପଟନାୟକ, ଶିବାଜୀ ପଟ୍ଟନାୟକ,ଜଗଦୀଶ ପଣ୍ଡା, ପ୍ରଭାତ କୁମାର ପାତ୍ର, ସୁଜିତ ପ୍ରଧାନ, ବାଦଲ ବର୍ଦ୍ଧନ, ଆମୋଦ ବର୍ଦ୍ଧନ, ଗଣେଶ ବିଷୋୟୀ, ସରୋଜ ପାଣଗ୍ରାହୀ, ପ୍ରମୁଖଙ୍କ ସମେତ ସ୍ବର୍ଗତ ରତ୍ନମଙ୍କ ପରିବାର ବର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ତାହା ସହ ଗଜପତି ଜିଲ୍ଲାର ସାମ୍ବାଦିକ ସଙ୍ଘ ଓ ରାଜ୍ୟ ସାମ୍ବାଦିକ ସଂଗଠନ ଗୁଡ଼ିକୁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରିପୋର୍ଟ: ପ୍ରଭାତ କୁମାର ପାତ୍ର