ମାଟ୍ରିକ ପରୀକ୍ଷାରେ ଛାମୂଣ୍ଡା ଉଦୟନାଥ ବିଦ୍ୟାପୀଠର ସଫଳତା ।୫୧୭ ମାର୍କ ରଖି ଟେକ ରଖିଲେ ସୁଶ୍ରୀ ଚିନ୍ମୟୀ ବେହେରା ।

0
168

 

ଭଞ୍ଜନଗର, ୩୦/୦୭/୨୦୨୦:
ଚଳିତ ଶିକ୍ଷାବର୍ଷର ବାର୍ଷିକ ମାଟ୍ରିକ ପରୀକ୍ଷା ଫଳାଫଳ ଘୋଷଣା ବିଳମ୍ବିତ ହେବ ନେଇ ଶିକ୍ଷାର୍ଥୀ ଓ ଅଭିଭାବକ ମହଲରେ ଉତ୍କଣ୍ଠା ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତକାଲି ଫଳାଫଳ ଘୋଷିତ ହୋଇଅଛି ।ରାଜ୍ୟରେ ପାସ୍ ହାର ଆଖିଦୃଶିଆ ଭାବେ ବଢ଼ିଥିବା ସହ ତୁଳନାତ୍ମକ ଭାବରେ ବାଳିକା ଶିକ୍ଷାର୍ଥୀ ବାଳକଙ୍କ ଅପେକ୍ଷା ଭଲ ଫଳାଫଳ ରଖିଥିବା ଜଣାଯାଇଛି ।ଏହି ଫଳାଫଳ ଗଞ୍ଜାମ ଜିଲ୍ଲାସ୍ତରରେ ମଧ୍ୟ ଆଶାନୁରୂପ ହୋଇଥିବା ବେଳେ ଜଗନ୍ନାଥ ପ୍ରସାଦ ବ୍ଲକ ଛାମୁଣ୍ଡା ପଞ୍ଚାୟତ ସଦର ମହକୁମା ସ୍ଥିତ ଉଦୟନାଥ ନୋଡାଲ ବିଦ୍ୟାପୀଠର
ମାଟ୍ରିକ ଫଳାଫଳକୁ ନେଇ ଅଂଚଳରେ ଆଲୋଚନା ହେଉଥିବା ଲକ୍ଷ କରାଯାଇଅଛି।ଏହି ବିଦ୍ୟାପୀଠର ଜନୈକ ନିପଟ ଗରିବ ଛାତ୍ରୀ ସୁଶ୍ରୀ ଚିନ୍ମୟୀ ବେହେରା ୫୧୭ ମାର୍କ ରଖି ଉତ୍ତୀର୍ଣ୍ଣ ହେବା ସହିତ ଅନୁଷ୍ଠାନର ଟେକ ରଖିଥିବା ଜଣାଯାଇଛି ।ଏଠାରେ ପ୍ରକାଶ ଯୋଗ୍ୟ ଏହିକି ଏହି ଅନୁଷ୍ଠାନ ଶିକ୍ଷା ବିଭାଗ ଓ ସ୍ଥାନୀୟ କୁଜିନେତଙ୍କ ପ୍ରଦୁଭାବରୁ ଅବହେଳିତ ରହିଥିବା ଏବଂ ପ୍ରଧାନ ଶିକ୍ଷୟତ୍ରୀଙ୍କ ବ୍ୟତୀତ କୌଣସି କଳା ଶିକ୍ଷକ ପଦବୀ ଖାଲି ପଡ଼ିଛି ।ବିନା ଅନୁଷଗିକ ଶିକ୍ଷକଙ୍କ ଅନୁପସ୍ଥିତିରେ ଏହି ଅନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ୫୦୦ ମାର୍କରୁ ଅଧିକ ନମ୍ବର ରଖୁଥିବା ନେଇ ଅଂଚଳରେ ଆଲୋଚନା ହେଉଥିବା ବେଳେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମା ସାବତ ମହୋଦୟଙ୍କ ପରିଚାଳନାଗତ ଦିଗ ଓ ସହକାରୀ ଶିକ୍ଷକଙ୍କ କର୍ତ୍ତବ୍ୟ ନିଷ୍ଠାତା ପ୍ରତି ଅଞ୍ଚଳ ବୁଦ୍ଧିଜୀବୀ ଗହଣରୁ ଶୁଭ ଚେତନା ଜାଗ୍ରତ ହେଉଥିବା ଜଣାଯାଇଛି ।

ରିପୋର୍ଟ: ଚିତ୍ରସେନ ପ୍ରଧାନ

LEAVE A REPLY

Please enter your comment!
Please enter your name here