ଗଜପତି ଜିଲ୍ଲାରେ ଆଜି ଠାରୁ ୪ ଦିନିଆ ସଟ୍ ଡାଉନ

0
142

 

ପାରଳାଖେମୁଣ୍ଡି, ୩୦/୦୭/୨୦୨୦( ପ୍ରଭାତ କୁମାର ପାତ୍ର)ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହେଉଛି ୪ ଦିନିଆ ସଟଡାଉନ, ହୁ ହୁ ବଢି ଚାଲିଥିବା ସଙ୍କ୍ରମଣକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାରେ ୪ ଦିନିଆ ସଟଡାଉନ ଘୋଷଣା କରିଛି ପ୍ରଶାସନ, ଜିଲ୍ଲାର ସମସ୍ତ ସହରାଞ୍ଚଳ ତଥା ପାରଳାଖେମୁଣ୍ଡି ମୁନିସିପାଲିଟି ଓ କାଶୀନଗର ଏନଏସି ଅଞ୍ଚଳ ଏବଂ ଜିଲ୍ଲାର ସମସ୍ତ ୭ଟି ବ୍ଲକ ମୁଖ୍ୟାଳୟ ସମେତ ସହର ନିକଟବର୍ତ୍ତୀ କେରାଣ୍ଡି, କତଲକଇଠା, ଝାମି, ରାଣିପେଣ୍ଠ ପଞ୍ଚାୟତକୁ ସଟଡାଉନ ଘୋଷଣା କରିଛି ପ୍ରଶାସନ। ଏହି ସମୟରେ ସହରାଞ୍ଚଳ ସହିତ ଗ୍ରାମାଞ୍ଚଳରେ ମଧ୍ୟ ପୁର୍ବଭଳି ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବା ସହ ଲକ୍ଷଣ ରହିଥିବା ଲୋକଙ୍କୁ ଏଣ୍ଟିଜେଣ୍ଟ କିଟ୍ ମାଧ୍ୟମରେ ପରୀକ୍ଷା କରିବା ଲକ୍ଷ୍ୟ ରଖାଯାଇଛି। କିନ୍ତୁ ସପ୍ତାହର ୪ ଦିନ ସଟଡାଉନ ସାଙ୍ଗକୁ ପୁର୍ବ ଭଳି ସପ୍ତାହର ତିନିଦିନ ଲକଡାଉନ କଟକଣା ଜାରି ରହିବ ମାତ୍ର ଚଳିତ ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଉପରେ କଟକଣା କୋହଳ କରି ଔଷଧ ଓ ଖିର ଦୋକାନ ସହିତ ପରିବା, କିରାଣି ଓ ମାଛ ମାଂସ ଦୋକାନ ଖୋଲା ରଖିବାକୁ ଅନୁମତି ଦେଇଛି ପ୍ରଶାସନ। ସଟଡାଉନ ସମୟରେ ଜିଲ୍ଲାର କୌଣସି ସରକାରୀ କର୍ମଚାରୀ ଜିଲ୍ଲା ଛାଡି ବାହାରକୁ ଯାଇ ପାରିବେ ନାହିଁ ତତ୍ ସହିତ ଜିଲ୍ଲାର ସମସ୍ତ ସୀମାକୁ ସିଲ୍ କରାଯାଇଥିବା ବେଳେ ଯିବା ଆସିବା ଉପରେ କଟକଣା ଜାରି କରାଯାଇଛି। ଅନ୍ୟ ପକ୍ଷରେ ସଟଡାଉନକୁ କଡା କଡି ଭାବରେ ପାଳନ କରିବା ପାଇଁ ପୋଲିସ ପ୍ରଶାସନର ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ଏବଂ ସମସ୍ତ ବ୍ଳକ ଅଞ୍ଚଳରେ ନୋଡାଲ ଅଫିସର ମଧ୍ୟ ନିୟୋଜିତ କରି ପ୍ରତେକ ବ୍ଳକରେ ଏଣ୍ଟିଜେଣ୍ଟ ପରିକ୍ଷା ଆରମ୍ଭ କରାଯାଇଛି। କୋରନା ମୁକାବିଲାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସରକାରଙ୍କ ଦ୍ବାରା ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର ଅଧିକାରୀ ମଧ୍ୟ ନିଜ ନିଜର କାର୍ଯ୍ୟ ଜାରି ରଖିଛନ୍ତି। ସେପଟେ ବାରମ୍ବାର ସଟଡାଉନ ଲକଡାଉନ ବିଭିନ୍ନ କଟକଣା ସ୍ବତ୍ତେ କୋରନା ସଙ୍କ୍ରମିତକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିଛି ତଥାପି କୋରନା ବିରୋଧରେ ଜାରି ରହିଛି ଲଢେଇ ।

LEAVE A REPLY

Please enter your comment!
Please enter your name here