ବଡମହୁରୀ ପଞ୍ଚାୟତରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା, ଭିଡିଓ ଭାଇରାଲ

0
161

 

ଗଞ୍ଜାମ,୩୦/୦୭/୨୦୨୦(ଟୁକୁନା ପ୍ରଧାନ)ଗଞ୍ଜାମ ଜିଲ୍ଲା କବିସୂର୍ଯ୍ଯନଗର ବ୍ଲକ୍ ଅନ୍ତର୍ଗତ ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ଜୁଲାଇ ୨୯ ତାରିଖ ରାତ୍ର ପ୍ରାୟ ପାଖାପାଖି ୧୦ଟା ସମୟରେ ମଦ ଓ ମାଂସର ଆସରକୁ ନେଇ ଉତ୍ତେଜନା ଦେଖିବାକୁ ମିଲିଥିଲା । ଘଟଣା ସମ୍ପର୍କରେ ଜଣାପଡିଛି ଯେ ସେ ଦିନ ରାତ୍ର ସମୟରେ ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟରେ ମଦ ଓ ମାଂସର ଆସର ଚାଲିଥିବା ଖବର ପାଇ ଗାଁର କିଛି ଯୁବକ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପ୍ରତିବାଦ କରିବାକୁ ନେଇ ସରପଞ୍ଚଙ୍କ ସ୍ବାମୀ ଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ଯ ରେ ବହୁ ରାଜନେତା ସମେତ କିଛି ଯୁବକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପ୍ରଶ୍ନ ଉଠୁଛି ବଡମହୁରୀ ପଞ୍ଚାୟତ କାର୍ଯ୍ୟାଳୟର ତାଲା ଖୋଲି ସେଠାରେ ଭୋଜି ଆୟୋଜନ ପାଇଁ କିଏ ଅନୁମତି ଦେଲା ? ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ରାଜନେତା ସମେତ ଅସମାଜିକ ଯୁବକ ମଦ ପିଇ ମାଂସ ଭୋଜି କରିବା କୋଭିଡ୍ ଆଇନର କେଉଁ ଧାରରେ ଉପଲବ୍ଧ ବୋଲି ପ୍ରଶ୍ନ କରିଛନ୍ତି ଜନସାଧାରଣ ମାନେ। ଏଥିସହିତ ଭିଡିଓ ଟି ସୋସିଆଲ୍ ମିଡିଆରେ ଭାଈରାଲ ହେବା ରେ ଲାଗିଛି ।

LEAVE A REPLY

Please enter your comment!
Please enter your name here