ବ୍ରହ୍ମପୁର,୦୨/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଶିଶୁ ସାହିତ୍ୟିକ କବି ତଥା ଖଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ର ରସାୟନ ବିଭାଗ ବରିଷ୍ଠ ଡେମୋନଷ୍ଟ୍ରେଟର ବାସୁଦେବ ନାୟକଙ୍କ ଆଜି ଦେହାନ୍ତ ଆଜି ହୋଇ ଯାଇଛି।ତାଙ୍କ ବିୟୋଗରେ ଶିଶୁ ସାହିତ୍ୟ ବିକାଶ ପରିଷଦ ତରଫରୁ ଭିଡିଓ କଲିଂ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବଙ୍କ ଆବାହକତ୍ବ ତଥା ପରିଚାଳନା ରେ ଅନୁଷ୍ଠିତ ଏହି ଶୋକସଭାରେ କାର୍ଯ୍ୟକାରୀ ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ର ଅଧ୍ୟକ୍ଷତା କରିଥିଲେ। ସ୍ବର୍ଗତ ବାସୁଦେବ ନାୟକ ଅଧୁନାତମ ସମୟର ଜଣେ ଉଚ୍ଚ କୋଟିର ଶିଶୁସାହିତ୍ୟିକ ଥିଲେ।ତାଙ୍କ ଅନ୍ୟାନ୍ୟ ରଚନା ମଧ୍ୟ ବିଶେଷ କରି ବ୍ୟଙ୍ଗ ରଚନା ବେଶ୍ ଜନାଦୃତ ଅଟେ। ତାଙ୍କ ବିୟୋଗରେ ଶିଶୁ ସାହିତ୍ୟ କ୍ଷେତ୍ରରେ ଏକ
ଶୂନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି ଅଂଶ କରିଥିବା
ସାହିତ୍ୟିକ ମାନେ ମତବ୍ୟକ୍ତ କରି ଗଭୀର ଶୋକ
ଶ୍ରଦ୍ଧାଞ୍ଜଳି ସହ ଆତ୍ମା ର ସଦଗତି କାମନା କରିଥିଲେ।
ଏହି ଅବସରରେ କରୋନା ସଂକ୍ରମିତ ରୁ ସୁସ୍ଥ ହୋଇ ଫେରିଥିବା ଅନୁଷ୍ଠାନ ର ଉପସଭାପତି ହାଡିବନ୍ଧୁ ମାଳିଙ୍କୁ ଅଭିନନ୍ଦନ ସହ ଦୀର୍ଘ ଆରୋଗ୍ୟ କାମନା କରାଯାଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ରାଉତ, ରଘୁନାଥ ପାଇକ, ଶ୍ରୀମତୀ ସ୍ବର୍ଣପ୍ରଭା ପାଢ଼ୀ, ଉପସଭାପତି ହାଡିବନ୍ଧୁ ମାଳି,ବିଜୟ କୁମାର ନନ୍ଦ,ସମ୍ପାଦିକା ଡ.ଜୟନ୍ତୀ ରାଣୀ ପଣ୍ଡାଙ୍କ ସମେତ ଶ୍ରୀମତୀ ସ୍ବର୍ଣପ୍ରଭା ମିଶ୍ର ଗୋପାଳ କୃଷ୍ଣ ପାଢୀ,ଡ.ସୂଚନା ପାଢ଼ୀ, ଶ୍ରୀମତୀ
ପ୍ରେମଶିଳା ନନ୍ଦ,ଶ୍ରୀମତୀ ପଦ୍ମିନୀ ମିଶ୍ର, ଶ୍ରୀମତୀ
ଜ୍ୟୋତ୍ସ୍ନାମୟୀ ପ୍ରଧାନ, ସୁବାସ ସାହୁ ରୋଶନ,ଦେବିଶୀଷ ଦାଶ ପ୍ରମୁଖ ଅଂଶ କରିଥିଲେ।ଉପସଭାପତି ହାଡିବନ୍ଧୁ ମାଳି ଧନ୍ୟବାଦ ଅର୍ପଣ କରିଥିଲେ।