ଆରୋଗ୍ଯ ଭାରତୀ ପକ୍ଷରୁ କାଢା ବିତରଣ।

0
200

 

ବ୍ରହ୍ମପୁର,୦୪/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଆରୋଗ୍ଯ ଭାରତୀ ପକ୍ଷରୁ ଆଜି ସକାଳେ ବ୍ରହ୍ମପୁର ଗିରିଜା ଛକରେ ଡାକ୍ତର ନକୁଳ ସାହୁ ଙ୍କ ନେତୃତ୍ବରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ଯ ଅନୁଷ୍ଠିତ ହୋଇଯାଇଛି ।ଜନସାଧାରଣଙ୍କ ଇମୁନିଟ ଶକ୍ତି ବଢାଇବା ପାଇଁ ତୁଳସୀ ଗୋଲମରିଚ,ଡାଲଚିନ,ଶୁଣ୍ଠି,ଦ୍ରାକ୍ଷା ଓ ଗୁଡମିର୍ଶିତ(କାଢା)କ୍ୱାଥ ଶତାଧିକ ଲୋକ ଙ୍କୁ ବିତରଣ କରାଯାଇଛି
।କରୋନା ନିବାରଣ ପାଇଁ ଇମୁନିଟଶକ୍ତିର ଆବଶ୍ୟକତା ଶ୍ୱାସ ଯନ୍ତର ବିକୃତି ନିରାକରଣ ପରିପାକ କ୍ରିୟା ବୃଦ୍ଧି ପାଇଁ ଆୟୁଷ କାଢା ଅପରିହାର୍ଯ୍ୟ ।କରୋନା ନିବାରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ମାନିବାକୁ ସଚେତନତା କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ପ୍ରାନ୍ତୀୟ ଉପାଧ୍ୟକ୍ଷ ଡାକ୍ତର ବାଳକୃଷ୍ଣ, ଆରୋଗ୍ଯ ମିତ୍ର ଡାକ୍ତର ହୃଷୀକେଶ ମହାନ୍ତି, ପିତାମ୍ବର ପାତ୍ର,ପ୍ରେସ ଫୋଟଗ୍ରାଫର ହରେକୃଷ୍ଣ ମହାନ୍ତି ,ଶିଶିର ସାହୁ, ବିବିଧ ସମ୍ବାଦ ସଂପାଦକ ଗୌରାଙ୍ଗ ଚୌଧୁରୀ ଓ ରବି ପଟ୍ଟନାୟ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here