ବ୍ରହ୍ମପୁର,୦୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଓଡ଼ିଶାର ଉଦୟମାନ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଗୂଡ଼ଗାଓଁ ସ୍ଥିତ ମେଦାନ୍ତ ରେ ଚିକିତ୍ସାଧୀନ ଅଛନ୍ତି। ଏହି ଅବସରରେ ଗଞ୍ଜାମ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନଙ୍କ ଆସୁ ଆରୋଗ୍ୟ କାମନା କରାଯାଇଥିଲା। ଆଜି ସକାଳେ ବ୍ରହ୍ମପୁର ବିଜିପୁର ସ୍ଥିତ ହନୁମାନ ମନ୍ଦିର ପରିସରରେ ଯୁବମୋର୍ଚ୍ଚା ର କର୍ମକର୍ତା ମାନେ ପୂଜାର୍ଚ୍ଚନା କରିବା ସହ ଦୀପ ଦାନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ। ଏହି ଅବସରରେ ବରିଷ୍ଠ ବିଜେପି ନେତା କାହ୍ନୁ ଚରଣ ପତି ଯୋଗଦେଇ ଓଡିଶାବାସୀଙ୍କ ସେବାରେ ନିୟୋଜିତ ଥିବା ପ୍ରିୟନେତା ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ହନୁମାନ ଜୀ ତୁରନ୍ତ ସୁସ୍ଥ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସିଦ୍ଧାନ୍ତ ଗଙ୍ଗଦେଓ , ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର ପରିଚାଳନା କରିଥିବା ବେଳେ ପ୍ରଭାତ ଷଡଙ୍ଗୀ, ଜଗଦୀଶ ପ୍ରଧାନ, ଆଲୋକ ଶତପଥୀ, ରାଜୀବ ମିଶ୍ର, ଶିବ ପ୍ରସାଦ ପାତ୍ର, ଟିପକ ପୂଜାରୀ, ଅନୀଲ ,ବିକାଶ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।