ଦେଶର ସର୍ବୋଚ୍ଚ ପଦପଦବୀ ରେ ୫ ଓଡ଼ିଆ ଅବସ୍ଥାପିତ, ଓଡ଼ିଶା ପାଇଁ ଗୌରବ ହୋଇଛନ୍ତି।

0
187

 

ନୂଆଦିଲ୍ଲୀ,୦୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଭାରତ ର ଟପ୍‌ ପୋଷ୍ଟ ବା ସର୍ବୋଚ୍ଚ ପଦପଦବୀ ରେ ୫ ଓଡ଼ିଆ ଅବସ୍ଥାପିତ ହୋଇ ଓଡ଼ିଶା ପାଇଁ ଗୌରବ ହୋଇଛନ୍ତି।
ଓଡ଼ିଶାରେ ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ଦେଶର ନୂଆ CAG(Comptroller and Auditor General) ଭାବେ ନିଯୁକ୍ତ ହୋଇଛନ୍ତି। ଯାହାକି ଓଡ଼ିଶା ପାଇଁ ଏକ ଗର୍ବର କଥା। କେବଳ ଗିରୀଶ ଚନ୍ଦ୍ର ନୁହଁନ୍ତି, ତାଙ୍କ ଭଳି ଅନେକ ଓଡ଼ିଆ ଦେଶର ବିଭିନ୍ନ ଉଚ୍ଚ ପଦବୀରେ ଅଛନ୍ତି। ମୋଦି ସରକାର କ୍ଷମତାକୁ ଆସିବା ପରେ ଅନେକ ଓଡ଼ିଆ ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ସ୍ଥାନ ପାଇଛନ୍ତି। ଓଡ଼ିଆ ପୁଅ ପି.କେ ମିଶ୍ର ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରମୁଖ ସଚିବ ଅଛନ୍ତି। ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡରର ଆଇଏଏସ୍ ଅଫିସର ପି.କେ. ମିଶ୍ର ୨୦୧୯ ସେପ୍ଟେମ୍ବରରୁ ଏହି ପଦବୀରେ ଅଛନ୍ତି। ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ଗୁଜରାଟ ସରକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ ପି.କେ ମିଶ୍ର। ସେହିପରି ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ ଏବେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଅଛନ୍ତି। ୨୦୧୮ ଡିସେମ୍ବରରୁ ସେ ଏହି ପଦବୀରେ ଅଛନ୍ତି। ୧୯୮୦ ବ୍ୟାଚ୍ ତାମିଲନାଡୁ କ୍ୟାଡର ଆଇଏଏସ୍ ଅଫିସର ଶକ୍ତିକାନ୍ତ କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ୨୦୧୪ରୁ ସେ ରାଜସ୍ୱ, ଅର୍ଥନୈତିକ ବ୍ୟାପାର, ସାର ମନ୍ତ୍ରାଳୟର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି। ତାଙ୍କର ସଠିକ୍ ପୂର୍ବାନୁମାନ ଯୋଗୁ ଫାଇଲିନ, ଫୋନି ଓ ଅମ୍ପନ ବାତ୍ୟାର ସଫଳ ମୁକାବିଲା କରାଯାଇ ପାରିଛି। ବରିଷ୍ଠ ଆଇପିଏସ୍ ଅଫିସର ସତ୍ୟ ନାରାୟଣ ପ୍ରଧାନ ଏବେ NDRF ଡିଜି ଅଛନ୍ତି। ଓଡ଼ିଶାରେ ଜନ୍ମିତ ୧୯୮୮ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡରର ଏହି ଅଫିସରଙ୍କ ଭୂମିକା ବାତ୍ୟା, ବନ୍ୟା ଓ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର କାମରେ ବେଶ୍ ପ୍ରଶଂସନୀୟ।

LEAVE A REPLY

Please enter your comment!
Please enter your name here