ଡେଙ୍ଗାପଦର ପଂଚାୟତ ରେ ସ୍ବାବ ନମୁନା ସଂଗ୍ରହ ।

0
435

ଶେରଗଡ,୦୭/୦୮/୨୦୨୦(ହୃଷୀକେଶ ମହାନ୍ତି)ଶେରଗଡ ବ୍ଳକ କରୋନା ସଂକ୍ରମଣ ରେ ରେଡ୍ ଜୋନରେ ପରିଣତ ହୋଇଛି ।ଏଣୁ ଏହାକୁ ଗ୍ରୀନ ଜୋନରେ ପରିଣତ କରିବା ପାଇଁ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରବଳ ଉଦ୍ୟମ ଆରମ୍ଭ କରିଛନ୍ତି ।ପ୍ରତି ପଂଚାୟତ ରେ ଶିବିର ଆୟୋଜନ କରାଯାଉଛି ଓ ସ୍ବାବ ସଂଗ୍ରହ କରାଯାଇ କରୋନା ଚିହ୍ନଟ ପାଇଁ ପରୀକ୍ଷା କରାଯାଉଛି ।ଫଳରେ ଚିହ୍ନଟ ବ୍ଯକ୍ତି ଙ୍କ ତ୍ୱରାନ୍ୱିତ ଚିକିତ୍ସା ପାଇଁ ସୁବିଧା ଜନକ ହେଉଛି।ଏହି ଅବସରରେ ଡେଙ୍ଗାପଦର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆୟୋଜିତ ଶିବିର ରେ ୧୨୦ଜଣଙ୍କ ର ସ୍ବାବ ନମୁନା ସଂଗ୍ରହ କରାଯାଇଛି।ଏହି ଶିବିର କୁ ବିଡିଓ ସୁରଂଜନ ସାହୁ, ସରପଞ୍ଚ ରାମକୃଷ୍ଣ ପଲେଇ, ଆଶା,ସମେତ ସ୍ବାବ ନମୁନା ସଂଗ୍ରହ ଶିବିର ପରିଚାଳନା ରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟକର୍ମୀ, ଓ ସ୍ଥାନୀୟ ଯୁବଗୋଷ୍ଠୀ ଉପସ୍ଥିତ ରହି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ ।

LEAVE A REPLY

Please enter your comment!
Please enter your name here