ମତ୍ସ୍ୟ ଚାଷୀ ଓ ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧିପାଇଁ ଅଟୋ ଓ ମୋପେଡ୍ ପ୍ରଦାନ କଲା ନୟାଗଡ଼ ମତ୍ସ୍ୟ ବିଭାଗ ।

0
262

ନୟାଗଡ, ୧୪/୦୮/୨୦୨୦:ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ମାଛ ଚାଷୀ ଏବଂ ୫ ଜଣ ମାଛ ବିକ୍ରେତଙ୍କୂ ରୋଜଗାର ବୃଦ୍ଧି ଜନିତ କାରଣ ନେଇ ଟିଭିଏସ୍ ଏକ୍ସସେଲ ଓ ତିନି ଚକିଆ ଗାଡ଼ି ବଣ୍ଟନ କରାଯାଇଛି ।ଅନୁଷ୍ଟିତ ଏହି ସ୍ଵତନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ, ଅତିରିକ୍ତ ନିର୍ଦ୍ଦେଶକ ସୁବଳ ଚନ୍ଦ୍ର ମହାନ୍ତି, ମତ୍ସ ଅଧିକାରୀ ପୁଲିନ୍ ମହାନ୍ତି ପ୍ରମୂଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ନୟାଗଡ଼ ବ୍ଲକର ୨ ଜଣ, ଓଡ଼ଗାଁ ବ୍ଲକର ଜଣେ ଓ ଭାପୁର ବ୍ଲକର ଦୁଇ ଜଣ ମାଛ ଚାଷୀଙ୍କୁ ଅଟୋ ଗାଡ଼ି ସହ ବରଫ ବାସ୍କ ଦିଆଯାଇଥିବା ଜଣାଯାଇଛି । ସେହିପରି ଭାବେ ଭାପୁର ବ୍ଲକର ୪ ଜଣ ଓ ଓଡ଼ଗାଁ ବ୍ଲକର ଜଣେ ମାଛ ବିକ୍ରେତାଙ୍କୁ ଟିଭିଏସ୍ ଏସ୍କଏଲ୍ ହେଭି ଡ୍ୟୁଟି ଗାଡ଼ି ସହ ବରଫ ବାସ୍କ ଦିଆଯାଇଛି । ଏହି ଅବସରରେ ମତ୍ସ୍ୟ ଚାଷୀମାନେ କିପରି ଉପକୃତ୍ତ ହେବେ ଏବଂ ରୋଜଗାର କ୍ଷମ ହୋଇପାରିବେ ସେ ସମ୍ବନ୍ଧରେ ମନ୍ତ୍ରୀ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି ।

 

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here