ନୟାଗଡ଼, ୧୪/୦୮/୨୦୨୦:
ନୟାଗଡ଼ ସହରରେ ଆଜି ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିୱାକର କରୋନା ଜନିତ କଟକଣାର ତନାଘନା କରିଛନ୍ତି । ପ୍ରତ୍ୟେକ ଦିନ ଏସ୍ପିଙ୍କ ଗସ୍ତ ସମୟରେ ସହର ବଜାରରେ ଥିବା ଦୋକାନ ଗୁଡିକରେ ସାମାଜିକ ଦୂରତା ରହୁନଥିବା ଏବଂ କିଛି ଅମାନିଆ ଦୋକାନୀଙ୍କ ପାଇଁ ଗହଳି ସୃଷ୍ଟି ହେଉଥିବା ଲକ୍ଷ୍ୟକରି ଆଜି ଧରପଗଡ଼ ଜୋରଦାର କରିଥିବା ଦେଖିବାକୁ ମିଳିଥିଲା ।ଆଜି ଏକ କାଳୀନ ଭାବରେ ନୟାଗଡ଼ ରାଜୀବ ମାର୍କେଟ, ଓଡ଼ଗାଁ ଛକ ପ୍ରଭୃତି ସ୍ଥାନରେ ଟାଉନଥାନା ଏସ୍ଆଇ ଧର୍ମେନ୍ଦ ଶିଆଳ ଏବଂ ତାଙ୍କ ଟିମ୍କୁ ଧରି ଏସ୍ପି ଚଢ଼ାଉ ସମୟରେ ପାଂଚଟି ଦୋକାନକୁ ବନ୍ଦ କରାଇବା ସହ ସେମାନଙ୍କ ଚାବି ଜବତ କରାଯାଇଥିବା ଜଣାଯାଇଛି । ଏସ ପି ଙ୍କ ଏହି ଅତର୍କିତ ଚଢ଼ାଉକୁ ନେଇ ଅନେକ ଦୋକାନ ଆପେ ଆପେ ବନ୍ଦ ହୋଇଯାଇଥିବା ବେଳେ ଗହଳି ହେଉଥିବା କିଛି ଦୋକାନକୁ ମଧ୍ୟ ବନ୍ଦ କରାଯାଇଥିବା ଜଣାଯାଇଛି । ଅଗଷ୍ଟ ମାସ ଜିଲ୍ଲା ପାଇଁ କରୋନା ସଂକ୍ରମଣର ସ୍ପର୍ଶକାତର ସମୟ ହୋଇଥିବା ବେଳେ ନୟାଗଡ଼ ସହର ଓ ବଜାରର ବ୍ୟବସାୟୀମାନେ କୋଭିଡ୍ ନିୟମ ମାନୁନଥିବାରୁ ପ୍ରତ୍ୟେକ ଦିନ ସହରରେ ଚଢ଼ାଉ କରାଯିବା ନେଇ ଏସ ପି ସ୍ପଷ୍ଟୋକ୍ତି ପ୍ରକାଶ କରିଛନ୍ତି । ଯେଉଁ ବ୍ୟବସାୟୀ ଓ ଦୋକାନୀ ନୀଳ ବ୍ୟବସାୟ ସମୟରେ ସାମାଜିକ ଦୂରତା ରକ୍ଷା କରୁ ନାହାନ୍ତି, ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ ପି ଙ୍କ କାର୍ଯ୍ୟଳୟ ପକ୍ଷରୁ ସୂଚିତ ନିର୍ଦ୍ଧେଶନାମା ସାଧାରଣରେ କରୋନା ସମନ୍ଧିୟ ଜନ ସଚେତନାକୁ ଜାଗ୍ରତ କରିଅଛି ।
ରିପୋର୍ଟ – ରବୀନ୍ଦ୍ର ପ୍ରଧାନ