ବ୍ରହ୍ମପୁର, ୧୪/୦୮/୨୦୨୦: ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଗଂଜାମ ଶାଖା ପକ୍ଷରୁ ନିଜର ଆଇନ ପରାମର୍ଶଦାତା ଏବଂ ଉପଦେଷ୍ଟା ଭାବେ ବରିଷ୍ଟ ଏବଂ ଯୁବ ଆଇନଜୀବୀ ଶ୍ରୀ ରାମକୃଷ୍ଣ ପାଢ଼ୀ ମନୋନୀତ ହୋଇଛନ୍ତି। ସଂଘ କାର୍ଯ୍ୟକାରିଣୀର ଏକ ସ୍ବତନ୍ତ୍ର ବୈଠକରେ ଶ୍ରୀ ପାଢୀଙ୍କ ସର୍ବ ସମ୍ମତିରେ ମନୋନୀତ କରାଯାଇଥିବା ଗଞ୍ଜାମ ଶାଖା ଡାକ୍ତର ସଂଘ ସଭାପତି ଡ଼ା: ମନୋରଞ୍ଜନ ରଥ ସୂଚିତ କରିଛନ୍ତି ।
ଏହି କ୍ରମରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଗକ୍ତର ସଂଘ ତରଫରୁ ଶ୍ରୀ ପାଢ଼ୀ ଙ୍କୁ ନିମନ୍ତ୍ରିତ କରାଯାଇ କାର୍ଯ୍ୟାଳୟରେ ପୁଷ୍ପଗୁଚ୍ଛ ପ୍ରଦାନ ସ୍ୱରୂପ ସ୍ଵାଗତ ସବର୍ଦ୍ଧନା ଜ୍ଞାପନ କରା ଯାଇଅଛି ।
ଅନୁଷ୍ଟିତ ଏକ ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ସଂଘ ସଂପାଦକ ଡ଼ା: ଜୟଦେଵ ନାୟକ୍ । ଉପ ସଭାପତି ଡ଼ା ସୁବ୍ରତ ସ୍ୱରୂପ ପଣ୍ଡା,ଯୁଗ୍ମ ସମ୍ପାଦକ ଡ଼ା ମନୋଜ କୁମାର ବେହେରା ଓ ଡ଼ା ଚିନ୍ମୟ ପ୍ରଧାନ, କୋଷାଧ୍ୟକ୍ଷ କିରଣ କୁମାର ପଣ୍ଡିତ ଓ ଡ଼ା ଦୀପ୍ତିରଞ୍ଜନ ମହାପାତ୍ରଙ୍କ ସହ ମୁଖପାତ୍ର ଡ଼ା ମନୋରଞ୍ଜନ ପଣ୍ଡା , ଡ଼ା ନକ୍ଷତ୍ରମାଳା ପାଢ଼ୀ , ଡ଼ା ମଧୁସ୍ମିତା , ଡ଼ା ଚିରସ୍ମିତା , ଡ଼ା ମିଲାନ୍ , ଡ଼ା ଅଲ୍ଲୀ , ,ଡ଼ା ସନ୍ତୋଷ , ଡ଼ା ମଧୁଛନ୍ଦା , ଡ଼ା ଜଗଦୀଶ , ଡ଼ା ଲିଙ୍ଗରାଜ, ଡ଼ା ମନ୍ଦାକିନି ପ୍ରମୁଖ କାର୍ଯ୍ୟକର୍ତ୍ତା ସଦସ୍ୟ ଉପସ୍ଥିତ ରହିଥିଲେ । ଆର୍ ବି ଏସ କେ ଡାକ୍ତର ସଂଘ ଗଞ୍ଜାମ ଜିଲ୍ଲା ଶାଖାର ଆଇନ ପରାମର୍ଶଦାତା ଏବଂ ଉପଦେଷ୍ଟା ଭାବେ ନିଜକୁ ମନୋନୀତ କରିଥିବାରୁ ସେ ସଂଘପ୍ରତି ନିଜର କୃତଜ୍ଞତା ଜଣାଇବା ସହିତ ସଂଘ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ସଙ୍ଘର ସ୍ୱାର୍ଥ ହାସଲ ପାଇଁ ସମସ୍ତ ସହାୟତା ଓ ସହଯୋଗ କରିବାକୁ ଦୃଢ଼ ପ୍ରତିଜ୍ଞା ଥିବା ଆଇନଜୀବୀ ଶ୍ରୀ ପାଢ଼ୀ ମତ ପ୍ରକାଶ କରିଥିଲେ ।