ଗଜପତି:- ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭୪ ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ

0
180

 

ପାରଳାଖେମୁଣ୍ଡି ,୧୫/୦୮/୨୦୨୦(ପ୍ରଭାତ କୁମାର ପାତ୍ର ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ , ଜିଲ୍ଲା ପ୍ରଶାସନ ପକ୍ଷରୁ ୭୪ ତମ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ-୨୦୨୦ ପାଳିତ ହୋଇ ଯାଇଛି ।
ଏହି ଦିବସ ସମାରୋହ ପାଳନ ଉତ୍ସବ’ରେ ଓଡ଼ିଶାର ମାନ୍ୟବର ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି ଉନ୍ନୟନ ବିଭାଗ , ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା , ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହିତ ମନ୍ତ୍ରୀ ଶ୍ରୀ ସାରକା ସମ୍ମିଳିତ ଉତ୍ସବରେ ଅଭିବାଦନ ଗ୍ରହଣ କରିଥିଲେ ।
ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସାରକା ପ୍ରଥମେ ଦେଶ ସ୍ବାଧୀନତା ପାଇଁ ନିଜ ଜୀବନକୁ ଉସର୍ଗ କରିଥିବା ଶହୀଦ ସଂଗ୍ରାମୀ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପରାଧୀନ’ରୁ ମୁକ୍ତିପାଇଁ ସ୍ବାଧୀନତା ପଥରେ ଯୁଦ୍ଧକରି ଶହୀଦ ସଂଗ୍ରାମୀ ମାନଙ୍କୁ ଆଜିର ଦିନରେ ସେମାନଂଲ ସ୍ମୃତିଚାରଣ କରିବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି କହିଥିଲେ ।
କରୋନା ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯେଉଁ ମାନେ ଧୈଯ୍ୟ’ର ସହ ନିଜ ଜୀବନକୁ ବାଜି ଲଗାଇ ସେବାକର‌୍ୟ୍ୟ କରି ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ସ୍ମୃତିଚାରଣ କରିବାସହ ସେମାନଙ୍କ ଆତ୍ମା’ର ସଦଗତି କାମନା କରିଥିଲେ । ଆମର କରୋନା ଯୋଦ୍ଧା ମାନଙ୍କ ଧୈଯ୍ୟ, ନିଷ୍ଠା ଓ ତ୍ୟାଗ ଯୋଗୁଁ ଆମେ କରୋନା’ର ଉଚିତ ମୁକାବିଲା କରିବା ଦିଗରେ ଅଧିକ ଶକ୍ତିଶାଳୀ ହୋଇ ପାରିଛୁ । କରୋନା’ରେ କାହାକୁ ହେଲେ ଉପଯୁକ୍ତ ଚିକିତ୍ସ୍ୟ ରୁ ବଂଚିତ ହେବାକୁ ଦିଆଣିବା ନାହିଁ ଏହା ଆମର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ ରହିଛି ।
ତେଣୁ ଆମେ କରୋନା’କୁ ଅଧିକରୁ ଅଧିକ ଦୃଢ ମୁକାବିଲା କରିବା କ୍ଷେତ୍ର’ରେ ଆମେ ସବୁବେଳେ ମାସ୍କ ପିନ୍ଧିବା , ସାମାଜିକ ଦୂରତା ରକ୍ଷା କରିବା , ହାତ ସବୁବେଳେ ଧୋଇବା , ସାଧାରଣ ସ୍ଥାନ’ରେ ଛେପ ନ ପକାଇବା , ଆବଶ୍ୟକ ନ ଥିଲେ ଘରୁ ବାହାରିବା ନାହିଁ ଏବଂ ଜଣ ଗହଳି ସ୍ଥାନରୁ ଦୁରେଇ ରହିବା ପ୍ରଭୃତି ପ୍ରତି ଆମେ ସଚେତନ ରହିବାକୁ ହେବ ବୋଲି କହିଥିଲେ ।
ଏହି ଅବସରରେ ମାନ୍ୟବର ମନ୍ତ୍ରୀ ଶ୍ରୀ ସାରକା , ଜିଲ୍ଲାର ବିଭିନ୍ନ ସ୍ଥାନରେ କରୋନା ସମୟରେ ସେବା କାର୍ଯ୍ୟ ଯୋଗାଇ କରୋନା’ରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ୪ଜଣ କରୋନା ଯୋଦ୍ଧା’ଙ୍କ ପରିବାର’କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ସେହିଭଳି କରୋନା ସମୟରେ ନିଜ ଜୀବନ ପ୍ରତି ଖାତିର ନ କରି କରୋନା ସଂକ୍ରମିତ’ଙ୍କୁ ଦିନରାତି ଅହରହ ସେବା ଯୋଗାଇ ଆସୁଥିବା ବିଭିନ୍ନ ବିଭାଗ ଯଥା:- ସ୍ୱାସ୍ଥ୍ୟ ବିଭାଗ’ର ଡାକ୍ତର , ନର୍ସ , ଏଏନଏମ:’ଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ , ପୋଲିସ , ହୋମଗାର୍ଡ , ଅଗ୍ନିଶମ ଓ ଆରଟିଓ: ବିଭାଗ କର୍ମଚାରୀ , ଏନଜିଓ: କର୍ମକର୍ତ୍ତା , ପୌର ପରିଷଦ’ର ସଫେଇ କର୍ମଚାରୀ ଏବଂ କୋଭିଡ କେୟାର ସେଣ୍ଟର’ରେ କାରତ କର୍ମଚାରୀ ପ୍ରମୁଖ ୩୬ ଜଣ କରୋନା ଯୋଦ୍ଧା’ଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।
ଏହି ଦିବସ ସମାରୋହ ପାଳନ କାଯ୍ୟକ୍ରମ’ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅନୁପମ ଶାହା , ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟନାୟକ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୀତାରାମ ଶତପଥୀ ଏବଂ ଉପ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ପ୍ରମୁଖଙ୍କ ସମେତ ପୋଲିସ ଓ ପ୍ରଶାସନିକ ଅଧିକାରୀ ଓ ଅନ୍ୟମାନେ ଦେଇଥିଲେ ।
ସମସ୍ତ କାଯ୍ୟକ୍ରମ’ରେ ଉପସ୍ଥିତ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତା ବଜାୟ ରଖିଥିଲେ ।

LEAVE A REPLY

Please enter your comment!
Please enter your name here