ସଲାମ ଜୀବନ ଦ୍ୱାରା ଆନ୍ତର୍ଜାତିକ ବ୍ରେଲ ମ୍ୟାଗାଜିନ ଲୋକାର୍ପିତ

0
427

ଭୂବନେଶ୍ୱର, ୧୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ)
ସ୍ଵେଛାସେବି ସଂଗଠନ ସଲାମ ଜୀବନ ପକ୍ଷରୁ “ବ୍ରେଲ କମ୍ୟୁନିକ” ନାମକ ଏକ ଆନ୍ତର୍ଜାତିକ ବ୍ରେଲ ମ୍ୟାଗାଜିନ ଲୋକାର୍ପଣ କରାଯାଇଅଛି I ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନନୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା; ଡ଼ି. ଏସ. ଏସ. ଓ ହେଡକ୍ୱାର୍ଟର ଶ୍ରୀ ସନ୍ୟାସୀ କୁମାର ବେହେରା ଓ ଗ୍ରାମୋଦ୍ୟଗ ବୋର୍ଡ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ତେଜେଶ୍ୱର ପରିଡା, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ବାସଭବନରେ ଲୋକାର୍ପିତ କରି କହନ୍ତି ଯେ, “ଉକ୍ତ ଆନ୍ତର୍ଜାତିକ ବ୍ରେଲ ମ୍ୟାଗାଜିନ ସମଗ୍ର ଦୁନିଆରେ ଥିବା ଦୃଷ୍ଟିଶକ୍ତିବାଧିତ ମାନଙ୍କ ପାଇଁ ଏକ ନୂଆ ସୁଯୋଗ ଓ ସଶକ୍ତିକରଣର ଜରିଆ ଶୃଷ୍ଟି କରିବ I ଏହି ମ୍ୟାଗାଜିନ “ବ୍ରେଲ କମ୍ୟୁନିକ” ର ମୁଖ୍ୟ ସମ୍ପାଦିକା ଡା. ସରିତା ବେହେରା କହିଛନ୍ତି ଏହି ମ୍ୟାଗାଜିନରେ ଭାରତ ସମେତ ୩ଟି ଦେଶର ଲେଖକ ମାନଙ୍କ ଲେଖା ତଥା ଅନୁଭୂତି କୁ ସ୍ଥାନ ଦିଆଯାଇଅଛି ତଥା ଉକ୍ତ ପତ୍ରିକା ଏକ ଗୋଷ୍ଠିକେନ୍ଦ୍ରୀକ ପତ୍ରିକା ହେଇଥିବାରୁ ଏହି ପତ୍ରିକାକୁ ଅନେକ ଜନସହଯୋଗ ମିଳିପାରିଛି I

ସେହିଭଳି ମ୍ୟାଗାଜିନର ସହସଂପାଦିକା ଅମ୍ରିତା ରାଣୀ ସାହୁ କହିଛନ୍ତି ଏହି ମ୍ୟାଗାଜିନ ଦୃଷ୍ଟିବାଧିତ ବ୍ୟକ୍ତି ତଥା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଏକ ଅଭିନବ ପ୍ରୟାସ ଅଟେ I ସଲାମ ଜୀବନ ର ନିର୍ଦେଶକ ଶ୍ରୀ ସମ୍ବିତ ନନ୍ଦ କହିଛନ୍ତି ଯେ, ଆମ ସଂଗଠନ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ଏମିତି ଅନେକ ଅଭିନବ କାର୍ଯ୍ୟକ୍ରମକୁ ହାତ କୁ ନେବା I ଯାହାଙ୍କ ପାଇଁ ବ୍ରେଲ ଲେଖାର ପ୍ରଚାର ଓ ପ୍ରସାର ନିତାନ୍ତ ଆବଶ୍ୟକ I ମହମ୍ମଦ ଇମ୍ରାନ ଅଲ୍ଲୀ ଏବଂ ଡା. ବିଶ୍ଵଶ୍ରୀ ଜ୍ଞାନରଞ୍ଜନ ନାୟକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ I ଏହି ପତ୍ରିକା ନିମାପଡା ସ୍ଥିତ ସନ୍ଥକବି ଭୀମଭୋଇ ଗ୍ରାଫିକ ଠାରେ ଛପାଯାଇଥିବାରୁ ସଲାମ ଜୀବନ ତରଫରୁ ରାଜକିଶୋର ସାବତ ଏବଂ ତାଙ୍କ ସହଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଅଛି I ଏହି ପତ୍ରିକା କୁ ଭାରତ ଏବଂ ବିଭିନ୍ନ ଦେଶ ମାନଙ୍କ ପାଠାଗାର, ଦୃଷ୍ଟିବାଧିତ ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂଗଠନ ଓ ଶିକ୍ଷାନୁଷ୍ଟାନ ମାଗଣାରେ ଉକ୍ତ ପତ୍ରିକା ବଣ୍ଟନ କରାଯିବ ବୋଲି ଡା. ସରିତା ପ୍ରକାଶ କରିଛନ୍ତି I ପ୍ରକାଶ କରିବା ଯୋଗ୍ୟ ଯେ, ଆଜିର କାର୍ଯ୍ୟକ୍ରମରେ ସମ୍ପାଦକମଣ୍ଡଳୀର ବ୍ୟକ୍ତିମାନଙ୍କର ବ୍ରେଲ ଭାଷା ରେ ଲିଖିତ ଭିସିଟିଙ୍ଗ କାର୍ଡ ମଧ୍ୟ ଉନ୍ମୋଚନ କରାଗଲା I ଏହି କାର୍ଯ୍ୟକ୍ରମରେ ଦିଲ୍ଲୀପ କୁମାର ବେହେରା ଏବଂ ଭବାନୀ ଶଙ୍କର ମଧ୍ୟ ସହଯୋଗିତା କରିଥିଲେ I

LEAVE A REPLY

Please enter your comment!
Please enter your name here