ବିନା କାରଣରେ ମାଡ ପରେ ଫରେଷ୍ଟ କର୍ମଚାରୀଙ୍କୁ ଅଟକ, ପୋଲିସ୍ ର ହସ୍ତେକ୍ଷେପ ପରେ କର୍ମଚାରୀ ଉଦ୍ଧାର !

0
245

 

ଗଞ୍ଜାମ,୧୮/୦୮/୨୦୨୦ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଗୋଛାବାଡି ପଞ୍ଚାୟତ ଭାଲିଆମାଳ ଗ୍ରାମରେ ଫରେଷ୍ଟ କର୍ମଚାରୀଙ୍କୁ ଅଟକ । ଖବର ଅନୁଯାୟୀ ଭାଲିଆମାଳ ଜଙ୍ଗଲରେ ବନବିଭାଗ ଅଧିକାରୀ ତରଫରୁ ବୃକ୍ଷ ରୋପଣ କରି ସୁରକ୍ଷିତ ରଖିବା ପାଇଁ ବାଡ କରାଯାଇଥିଲା । ଏହି ବାଡକୁ କୌଣସି ଲୋକ କିମ୍ବା ବନ୍ଯଯନ୍ତୁ ଭାଙ୍ଗିଥିବା ବେଳେ କେହି ଦେଖିନଥିଲେ । ଧନେଇ ଡ୍ଯାମ ପାଖରେ ଥିବା ଜଙ୍ଗଲ ବିଭାଗର ରତନେଇ ନର୍ସରୀରେ କାର୍ଯ୍ଯରତ ଫରେଷ୍ଟର କାଶିନାଥ ଷଡଙ୍ଗୀ ଫରେଷ୍ଟ ଗାର୍ଡ ରାଜକିଶୋର ବେହେରା ଅଚାନକ ଆସି ଜମିରେ ଚାଷ କରୁଥିବା ଆଦିବାସୀ ଯୁବକ ଜଣକୁ ମାଡମାରି ସେଠାରୁ ଚାଲିଯାଇଥିଲେ । ମାଡ ଖାଇଥିବା ଯୁବକ ଜଣକ ଗ୍ରାମରେ ପହଞ୍ଚି ଗ୍ରାମ ଲୋକଙ୍କୁ ବିନା କାରଣରେ ବନବିଭାଗ ଅଧିକାରୀ ମାଡମାରିବା ବିଷୟରେ ଜଣାଇଥିଲେ । ଯୁବକର କଥା ଶୁଣିବା ପରେ ଗ୍ରାମ ଲୋକେ କାଣ୍ଡ , ଚିଆର ଧରି ଜଙ୍ଗଲ କୁ ଦୌଡ଼ି ଆସି ଥିଲେ ସେଠାରେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ନଥିବାରୁ ସେଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଦୁଇ ଯୁବକଙ୍କୁ ଧରି ଆଣି ଗ୍ରାମରେ ଅଟକ ରଖିଥିଲେ । ଜଙ୍ଗଲ ବିଭାଗ ଅଧିକାରୀଙ୍କ ଠାରୁ ଖବର ପାଇ ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ କସିପଡା ଠାରେ ଥିବା ଆଉଟ୍ ପୋଷ୍ଟ ପୋଲିସ ପହଞ୍ଚି ମିଳିତ ଭାବେ ଗ୍ରାମ ବାସୀଙ୍କ ସହିତ ଆଲୋଚନା ପରେ ଅଟକ ହୋଇଥିବା ଦୁଇ ଜଣଙ୍କୁ ଉଧାର କରିଥିଲେ । ଏଠି ମୁଖ୍ୟ କଥାହେଲା ଏସିଆର ସବୁଠାରୁ ବୃହତ୍ତମ ଜଙ୍ଗଲ ସମ୍ପୂର୍ଣ୍ଣ ଭାବେ ସରିଆସିଲାଣି ତାକୁ ସୁରକ୍ଷା ଦାଇତ୍ଵରେ ଥିବା ଜଙ୍ଗଲ ବିଭାଗ ଅଧିକାରୀ ମାନେ ସୁରକ୍ଷା ଦେଇପାରୁନାହାନ୍ତି । ବିନା କାରଣରେ ସାଧାରଣ ଜନତା ଉପରେ ଆକ୍ରମଣ । ମାତ୍ର ଏଠି କାଠ ମାଫିଆଙ୍କ ସହିତ ସଲାସୁତୁରାରେ ସୁସମ୍ପର୍କ ସ୍ଥାପନ କରି ଜଙ୍ଗଲ ଲୁଟିବାରେ ବ୍ଯସ୍ତ ଯାହାକି ଜଙ୍ଗଲ ଠାରୁ ୧୨/୧୫ କିଲୋମିଟର ଦୂରରେ ସଂଖ୍ୟାଧିକ କାଠ କଟା କରତ କଳ ଚାଲିଛି ଏଥିରୁ ପ୍ରମାଣିତ ହେଉଛି ।

LEAVE A REPLY

Please enter your comment!
Please enter your name here